ppurohit

ପଞ୍ଚାୟତିରାଜ ଓ ଲୋକସେବା ଦିବସ

2nd

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଠାରେ ପ୍ରବାଦ ପୁରୁଷ ବିଜୁ ବାବୁ ଜୟନ୍ତୀ ଅବସରରେ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହେଇଯାଇଛି । ଏହି ଅବସରରେ ମ.ରାମପୁର ପଂଚାୟତ ସମିତି ଅଧକ୍ଷ ଜୀବେଶ କୁମାର ପଣ୍ଡା, ବିଡ଼ିଓ ରୁମାନା ଜାଫ୍ରି, ଜିଲ୍ଳା ପରିଷଦ ସଭ୍ୟ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ତହସିଲଦାର ସୟଦ ଇସାକ ମଦିନା, ସିଡିପିଓ କୁସୁମ ମଞ୍ଜରୀ ପ୍ରହରାଜ ପ୍ରମୂଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ରଖିଥିଲେ । ସରପଂଚ ଚିତ୍ତରଞ୍ଜନ ବାଗ ମଧ୍ୟ ନିଜ ଅଭିଭାଷଣ ରଖିଥିଲେ । ଦୀପ୍ତି ରଞ୍ଜନ ନାୟକ ଓ ଜୀତେଶ କୁମାର ତ୍ରିପାଠୀ ସମସ୍ତ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.