ପଣସ ଗଛରୁ ଯୁବକର ମୃତ ଦେହ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଖପ୍ରାଖୋଲ ଗାଁରେ ଆଜି ଜଣେ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଯୋଗ୍ୟ ଯେ, ଖପ୍ରାଖୋଲ ଗାଁର ଶୁଶାନ୍ତ ବରିହା (୩୨) ପିତା.ଜଗବନ୍ଧୁ ବରିହା ବେକରେ ରଶୀ ଲଗାଇ ପଣସ ଗଛରେ ଆତ୍ମହତ୍ୟା କରିଥିବା ଗାଁ ଲୋକ ସମୟ ୧:୧୫ରେ ଦେଖିବାକୁ ପାଇଥିଲେ । ଯୁବକର ମୃତ ଦେହ ଝୁଲୁଥିବା ଦେଖି ପରିବାର ଲୋକେ ଖପ୍ରାଖୋଲ ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ତହସିଲଦାର ଧିରଜ କୁମାର ପାତ୍ର ନିଜ ଟିମ୍ ସହ ପହଞ୍ଚି ଶବକୁ ଜବତ କରି ଥାନା ପରିସରକୁ ଆଣିଥିଲେ ଓ ବ୍ୟବଚ୍ଛେଦ ପାଇଁ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି । କ’ଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଅସ୍ପଷ୍ଟ । ସେଥିପାଇଁ ୟୁଡି କେଶ ନଂ. ୩/୨୧ ଏକ ମାମଲା ରୁଜୁ ଅଧିକ ତଦନ୍ତ ଜାରି ରଖିଛନ୍ତି ବୋଲି ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.