ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ବ୍ଳକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବନ୍ଧପଡା ଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀର ନିୟମ ପାଳନ କରି ଏ ବର୍ଷର ଵିଷୟ ‘ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନୂତନ ଉଦ୍ଭାବନରେ ଭବିଷ୍ୟତ : ଶିକ୍ଷା,ଦକ୍ଷତା ଓ ବୃତ୍ତି’ ଉପରେ ଏହାର ପ୍ରଭାବ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗୀନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ବିଜ୍ଞାନ ଶିକ୍ଷକ ପ୍ରକୃତିବନ୍ଧୁ ଆନନ୍ଦ ବଡପଣ୍ଡା ମୁଖ୍ୟ ବିଷୟ ଉପରେ ଆଲୋକପାତ କରିଥିଲେ । ଭାରତର ବିଶିଷ୍ଟ ବୈଜ୍ଞାନିକ ସାର ଭେଙ୍କଟ ରମଣଙ୍କ ଜୀବନୀ ଉପରେ ପାଞ୍ଚଜଣ ଛାତ୍ରଛାତ୍ରୀ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ସଭା ଶେଷରେ ଖେଳ ଶିକ୍ଷକ ପ୍ରବୀଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post