ls

ଫିରିଙ୍ଗିଆରେ ସ୍ୱାଧୀନତା ଦିବସ ପାଳିତ

sb

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହର ଓ ତାର ଆଖ ପାଖ ଅଂଚଳମାନଙ୍କରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ସ୍ୱାଧୀନତାର ଅମୃତ ମହୋତ୍ସବ ସହ ୭୬ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ତେବେ ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓ ରଶ୍ମିରଂଜନ ମହନ୍ତଙ୍କ ଅଧକ୍ଷୟତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନବନିର୍ବାଚିତ ବ୍ଲକ ଅଧକ୍ଷା ନମିତା କହଁର ପତାକା ଉତ୍ତୋଳନ କରିଥିବା ବେଳେ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ସେହିପରି ଫିରିଙ୍ଗିଆ ବଜାର ମଧ୍ୟରେ ଥିବା ନବନିର୍ମିତ ଅମୃତ ସରୋବର ନିକଟରେ ହୋଇଥିବା ଏହି ଉତ୍ସବରେ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର ପତାକା ଉତ୍ତୋଳନ କରିଥିବା ବେଳେ ସମିତି ସଭ୍ୟା ମୌସୁମୀ ପ୍ରଧାନଙ୍କ ସହ ଅଂଚଳର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଭିଆରପି ସିଆରପି ଓ ବ୍ଲକର ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନାଙ୍କ ସହ ଅଂଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସେହିପରି ଫିରିଙ୍ଗିଆ ବସ୍‌ଷ୍ଟାଣ୍ଡ ନିକଟରେ ଫିରିଙ୍ଗିଆ ଭାରତୀୟ ଜନତା ପାର୍ଟି ତରଫରୁ ପତାକା ଉତ୍ତୋଳନ କରାଯାଇଥିଲା । ଏଥିରେ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ତଥା ଅଂଚଳର ଜଣାଶୁଣା ସମାଜସେବୀ ସଞ୍ଜୟ ଦିଗଲା ପତାକା ଉତ୍ତୋଳନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା କଂସଦେବ ସାହୁଙ୍କ ସହ କୁଇସମାଜ ସଭାପତି ମୁକୁନ୍ଦ କହଁର ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଅନୁରୂପ ଭାବରେ ବ୍ଲକ ମୁଖ୍ୟାଳୟର ପଂଚାୟତ କାର୍ଯ୍ୟାଲୟ, ସମସ୍ତ ସରକାରୀ ସ୍କୁଲ, ପଂଚାୟତ ମହାବିଦ୍ୟାଲୟ, ସରସ୍ୱତୀ ଶିଶୁ ମନ୍ଦିର, ଲ୍ୟାମ୍ପ ସିଏସ କାର୍ଯ୍ୟାଳୟ ଓ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳମାନଙ୍କରେ ଥିବା କ୍ଳବ ଓ ସରକାରୀ ବେସରକାରୀ ଅନୁଷ୍ଠାନମାନଙ୍କରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଅନ୍ୟପଟେ ଫିରିଙ୍ଗିଆ ରୋଜଗାର ସଙ୍ଘ ପକ୍ଷରୁ ଏକ ପତାକା ଶୋଭାଯାତ୍ରା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇ ଏହି ଉତ୍ସବକୁ ପାଳନ କରାଯାଇଥିଲା । ଜିଆରଏସ ଗୌରାଙ୍ଗ କହଁରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ପିଇଓ ଚିତ୍ତରଞ୍ଜନ ଡିଗାଲ, ସହନରତ୍ତମ କହଁର ଓ ସହରର ଶତାଧିକ ଲୋକ ସାମିଲ ହୋଇଥିଲେ ।

pc pk
Leave A Reply

Your email address will not be published.