ବରଗଡ଼ ଜିଲ୍ଲାସ୍ତରୀୟ ସିଏସ୍‌ସି ପ୍ରତିଷ୍ଠା ଦିବସ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ଗତକାଲି ସିଏସ୍‌ସି ଭିଏଲ୍‌ଇମାନଙ୍କୁ ନେଇ ବରଗଡ଼ ଜିଲ୍ଲାସ୍ତରୀୟ ସିଏସ୍‌ସି ପ୍ରତିଷ୍ଠାର ୧୩ ବର୍ଷ ଉପଲକ୍ଷେ ସିଏସ୍‌ସି ଦିବସ ପାଳନ କରାଯାଇଛି । ଏହି ଉତ୍ସବରେ ସିଏସ୍‌ସି ଜିଲ୍ଲା ନିର୍ଦ୍ଦେଶକ ପ୍ରଫୁଲ୍ଲ ପାତ୍ର ଓ ପ୍ରସାଦ କୁମାର ଚୌହାନ କେକ୍‌ କାଟି ସିଏସ୍‌ସି ଦିବସ ବହୁତ ଖୁସିର ସହ ପାଳନ କରିଥିଲେ । ଭିଏଲ୍‌ଇମାନକୁ ସିଏସ୍‌ସିର ଅନେକ ଯୋଜନା ବାବଦରେ ତାଲିମ ଦେବା ସହ ଲୋକଙ୍କ ପାଖରେ କିଭଳି ଭାବରେ ପହଂଚି ପାରିବ ସେ ବିଷୟରେ ବୁଝାଇ ଥିଲେ । ଏହି ବୈଠକରେ ଗାଇସିଲେଟ ବ୍ଲକର ଗଜପତି ସାହୁ, ଶ୍ରଦ୍ଧାକର ସାହୁ, ଧବଳେଶ୍ୱର ମହାନନ୍ଦ, ସୁଜିତ ପାତ୍ର, ଗଣପତି ସେଠ, ରମେଶ ମହାକୁର, ମନୋରଞ୍ଜନ ସାହୁ, ଶିଶୁପାଳ ସାହୁ ଓ ସମସ୍ତ ଭିଏଲ୍‌ଇ ଉପସ୍ଥିତ ଥିଲେ ।

Leave A Reply

Your email address will not be published.