ବୌଦ୍ଧ, (ବଂଶୀଧର ମାଝୀ) : ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଜଣେ ରାଜନେତା, ବକ୍ତା ଏବଂ ପ୍ରସିଦ୍ଧ କବି ଥିଲେ । ସ୍ୱାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ମୋଟ ସେ ତିନିଥର କାର୍ୟ୍ୟଭାର ସମ୍ଭାଳି ଥିଲେ । ବାଜପେୟୀ ଅବିବାହିତ ଥିଲେ । ବାଜପେୟୀଙ୍କୁ ଜଣେ ଉଦାରବାଦୀ ନେତା ଭାବେ ବିବେଚିତ କରାଯାଇଥାଏ । ଆଜି ତାଙ୍କର ୯୬ତମ ଜନ୍ମ ଜୟନ୍ତ୍ରୀ ଦିବସ ସାରା ଭାରତରେ ପାଳନ କରାଯାଉଥିବା ବେଳେ କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ବସଷ୍ଟାଣ୍ଡ ଠାରେ ଯୁବକ ସଂଘ ପକ୍ଷରୁ ମଧ୍ୟ ଜୟନ୍ତୀ ପାଳିତ ହୋଇ ଯାଇଛି । କାର୍ୟ୍ୟକ୍ରମରେ ସମାଜସେବୀ ସୁଶାନ୍ତ ବାରିକ ବକ୍ତା ଭାବେ ଯୋଗଦେଇ ବାଜପେୟୀଙ୍କ ଜୀବନୀ ବିଷୟରେ କହି ଉଦବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶଙ୍କର୍ଷଣ ସାହୁ, ରଞ୍ଜିତ ଖଟୁଆ, ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Next Post