ରାମକୃଷ୍ଣ ମିଶନର କଳ୍ପତରୁ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ସ୍ଥିତ ରାମକୃଷ୍ଣ ମିଶନ ତରଫରୁ ନବବର୍ଷରେ କଳ୍ପତରୁ ଦିବସ ପାଳନ ହୋଇଯାଇଛି । ମିଶନର ସ୍ୱାମୀ ପୂଜାନନ୍ଦଜୀ, ଗୋଲୋକେଶାନନ୍ଦଜୀ ମହାରାଜ ଓ ମିଶନ ପରିଚାଳନା ସମିତିର ସଭାପତି ଭାରତ ଭୂଷଣ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୋର ୫ଟାରେ ମଙ୍ଗଳ ଆଳତି, ପରେ ହୋମ, ପୁଷ୍ପାଞ୍ଜଳି, ପ୍ରବଚନ, ଠାକୁରଙ୍କ ବାଣୀ, ସଂଗୀତ ଆଦି କାର୍ଯ୍ୟକ୍ରମ ସହ ପ୍ରସାଦ ସେବନ କରାଯାଇଥିଲା । ସେହିପରି ଗୋପବନ୍ଧୁପାଲୀ ଠାରେ ଥିବା ଆନନ୍ଦଧାମ, ଯେଉଁଠାରେ ରାମକୃଷ୍ଣ ମିଶନର ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଗଦାଧର ଅଭ୍ୟୁଦୟ ପ୍ରକଳ୍ପ କାର୍ଯ୍ୟକ୍ରମ ମାଧ୍ୟମରେ ୫୦ ଜଣ ବିଦ୍ୟାର୍ଥୀ ୫ ବର୍ଷରୁ ୧୨ ବର୍ଷ ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀ ମାନଙ୍କୁ ନିଃଶୁଳ୍କ ଶିକ୍ଷାଦାନ ସହ ଶିଶୁ ମାନଙ୍କ ବୌଦ୍ଧିକ, ଆଧ୍ୟାତ୍ମିକ ତଥା ଶାରିରୀକ ବିକାଶ ପାଇଁ ଏହି ପ୍ରକଳ୍ପ ଆଜିଠାରୁ କାର୍ଯ୍ୟକ୍ଷମ କରାଯାଇଥିଲା । ଏହାକୁ ପୂଜା କୁମାରୀ, କିରଣ ପୂର୍ବେ, ବବିତା ଓ ରାହୁଲ ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମିଶନର ସମସ୍ତ କର୍ମକର୍ତ୍ତା ଓ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.