jayashree

ପିପିଏଲ୍‌ କାରଖାନା ଭିତରେ ପକ୍ଷୀ ଗଣନା ଶେଷ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : କୁଜଙ୍ଗ ରେଂଜ୍‌ ଅଂଚଳରେ ଦିନିକିଆ ପକ୍ଷୀ ଗଣନା ଶେଷ ହୋଇଛି । ପାରାଦୀପରେ ଥିବା ପିପିଏଲ୍‌ ଭଳି ରସାୟନିକ ସାର କାରଖାନାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଦେଶୀ ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳିଛି । ଚଳିତ ବର୍ଷ ୪୮ ପ୍ରଜାତିର ୨୭ ହଜାରରୁ ଉଦ୍ଧ୍ୱର୍ ବିଦେଶୀ ପକ୍ଷୀ ଏଠାକୁ ଆସିଥିବାର ସୁଚନା ମିଳିଛି । ପାରାଦୀପରେ ବିଭିନ୍ନ ଶିଳ୍ପ କାରଖାନା ଯୋଗୁ ଦିନକୁ ଦିନ ପରିବେଶ ଦୁଷିତ ହେଉଥିବାବେଳେ ପିପିଏଲ୍‌ ଭଳି ଏକ ରସାୟନିକ ସାର କାରଖାନା ପରିଷରରେ ବିଦେଶୀ ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳିଛି । ଚଳିତବର୍ଷ ରୁଡିସେଲଡକ୍‌, କିଟରିନ୍‌ଓାଗଟେଲ୍‌ , ନର୍ଦ୍ଦନ୍‌ ପିନଟେଲ୍‌ , ଗ୍ଲୋସି ଆଇବିସ୍‌ , ପେଂଟେଡ୍‌ ସ୍ଟ୍ରକ୍‌ , ରେଡସାଙ୍ଗ , ଓସିଏନ୍‌ ପାଇପର୍‌, ବ୍ରାହ୍ମିନ୍‌ ଡକ୍‌. ପିଂଟେଲ୍‌ , ଲେସର ହ୍ୱିସିଲ୍‌ ଡକ୍‌ , ଏସିଆନ୍‌ ଓପେଲପିଲ୍‌ ଏବଂ କଲାର୍ଡ ଫାଲକନେଟ୍‌ ଭଳି ୪୮ ପ୍ରଜାତିର ପକ୍ଷୀ ଏଠାକୁ ଆସିଛନ୍ତି । ପିପିଏଲ୍‌ ପରିସରରେ ପ୍ରାକୃତିକ ଜଙ୍ଗଲ, ଜଳାଶ୍ରୟ ଓ ପ୍ରଚୁର ପରିମାଣର ଖାଦ୍ୟ ଉପଲବ୍ଧ ହେଉଥିବାରୁ ପ୍ରତିବର୍ଷ ଏଠାରେ ବିଦେଶୀ ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳିଥାଏ । ତେଣୁ ଏହି ପକ୍ଷୀ ମାନଙ୍କୁ ସୁରକ୍ଷା ଦେବାପାଇଁ ପିପିଏଲର କର୍ମଚାରୀ ଓ ଅଧିକାରୀ ମାନେ ବହୁ ସତର୍କତା ମୁଳକ ପଦକ୍ଷେପ ନେଇଥାନ୍ତି । ଚଳିତବର୍ଷ କୁଜଙ୍ଗ ବନଖଣ୍ଡ ପକ୍ଷରୁ ୫ ଗୋଟି ଟିମ୍‌ କରାଯାଇ ପିପିଏଲ୍‌, ହାୱାଖାନା, ବନ୍ଦର, କଂସାରିପାଟିଆ ଓ ଜଟାଧାର ମୁହାଁଣ ଠାରେ ପକ୍ଷୀ ଗଣନା ଶେଷ ହୋଇଛି । ତେବେ ପିପିଏଲ୍‌ ପରିଷରରେ ପୁରାତନ ଜଙ୍ଗଲ, ପୋଖରୀ, ପ୍ରକୃତିକ ପରିବେଶ, ପ୍ରଚୁର ଖାଦ୍ୟ ଏବଂ ବାସସ୍ଥଳି ରହିଥିବାରୁ ଏଠାକୁ ପ୍ରତିବର୍ଷ ଆକର୍ଶିତ ହୋଇ ହଜାର ହଜାର ବିଦେଶୀ ପକ୍ଷୀ ଆସିଥାନ୍ତି । ତେବେ ଦିର୍ଘବର୍ଷ ହେଲା ପିପିଏଲ ପରିଷରକୁ ବିଦେଶୀ ପକ୍ଷୀ ଆସୁଥିବାରୁ ଗତ କିଛିବର୍ଷ ହେଲା ପିପିଏଲ କର୍ତୃପକ୍ଷ ଏମାନଙ୍କ ଯତ୍ନ ନେବାସହ ବନବିଭାଗ ଦ୍ୱାରା ଗଣନା କରି ଆସୁଛନ୍ତି ବୋଲି ପିପିଏଲ୍‌ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.