om academy

ବୌଦ୍ଧ ଓଟିଇଟି ଜାଲିଆତି ମାମଲା : ଠକ ଶିକ୍ଷକଙ୍କ ସଂଖ୍ୟା ୪୦ରୁ ବୃଦ୍ଧି ପାଇ ୪୯ରେ ପହଞ୍ଚିଲା

jsm

ବୌଦ୍ଧ, (ବଂଶୀଧର ମାଝୀ) : ଜାଲ୍ ଓ.ଟି.ଇ.ଟି. ମାମଲାରେ ୪୦ ଜଣ ଗଣ ଶିକ୍ଷକ ବହିଷ୍କୃତ ହୋଇ ସାରିଥିବା ବେଳେ ଆଉ ୯ ଜଣଙ୍କ ଭେରିଫିକେସନ୍ ରିପୋର୍ଟ ଜିଲ୍ଲା ଶିକ୍ଷା ବିଭାଗକୁ ପହଞ୍ଚିଥିବା ଜଣାପଡିଛି । ଉକ୍ତ ୯ ଗଣ ଶିକ୍ଷକ ମାନଙ୍କ ପ୍ରମାଣପତ୍ର ମଧ୍ୟ ଜାଲ୍ ବୋଲି ଜଣା ପଡିବା ପରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର୍ ସେମାନଙ୍କ ପାଖକୁ କାରଣ ଦର୍ଶାଅ ନୋଟିସ୍ ଜାରୀ କରିଥିବା ସୁଚନା ମିଳିଛି । ପୁର୍ବରୁ ୪୦ ଗଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ କରିବା ପରେ ସେମାନଙ୍କ ଉତ୍ତର ସନ୍ତୋଷ ଜନକ ନଥିବା ଦର୍ଶାଇ ଚାକିରିରୁ ବହିଷ୍କୃତ କରାଯାଇଥିଲା । କିଛି ଗଣ ଶିକ୍ଷକ ବହିଷ୍କାର ଆଦେଶ ବିରୋଧରେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବା ପରେ ସେମାନଙ୍କ ନାମରେ ଥାନାରେ ଅପରାଧୀକ ମାମଲା ଦାଖଲ୍ କରା ଯାଇଥିଲା । ୪୦ ଜଣ ଗଣ ଶିକ୍ଷକ ଥାନାରୁ ଜାମିନରେ ଆସିଥିବା ଜଣା ପଡିଛି । ବହୁ ଦିନରୁ ୯ ଜଣଙ୍କ ପ୍ରମାଣ ପତ୍ର ଭେରିଫିକେସନ୍ ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡକୁ ପଠା ଯାଇଥିଲା । ରିପୋର୍ଟ ଆସିବାରେ ଡେରି ହେବାରୁ ସେ ସମ୍ପର୍କରେ ଜନସାଧାରଣରେ ବିଭିନ୍ନ କଳ୍ପନା ଜଲ୍ପନା ପ୍ରକାଶ ପାଉଥିଲା । ଉକ୍ତ ୯ ଜଣ ମଧ୍ୟ ଓ.ଟି.ଇ.ଟି. ପାସ୍ କରିନଥିବା ରିପୋର୍ଟ ଆସିବା ପରେ ସେମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ସ୍ୱରୂପ ପ୍ରଥମ ପର୍ୟ୍ୟାୟରେ କାରଣ ଦର୍ଶାଅ ନୋଟିସ୍ ଜାରୀ କରାଯାଇଛି । ପରବର୍ତ୍ତି ସମୟରେ ସେମାନଙ୍କୁ ମଧ୍ୟ ବହିଷ୍କୃତ କରାଯିବ ଓ ଥାନାରେ ଏଫ.ଆଇ.ଆର. କରାଯିବ ବୋଲି ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ୟ୍ୟାଳୟର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.