ଓସିଏ ଭିଜନ ୨୦୨୪ : ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ସପ୍ତମ ଦିବସରେ ନାଏକ କ୍ରିକେଟ ଏକାଡେମୀ ଓ ଏଲ୍‌ଏସି ପାଟଣାଗଡ଼ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଲ୍‌ଏସି ଦଳପ୍ରଥମେ ବ୍ୟାଟିଂ କରି ୨୫.୨ ଓଭରରେ ସମସ୍ତ ୱିକେଟ ହରାଇ ୬୭ ରନ ସଂଗ୍ରହ କରିଥିଲା । ଏଲ୍‌ଏସି ଦଳ ପକ୍ଷରୁ ରୋନିତ କୁମାର ପୁରୋହିତ ସର୍ବାଧିକ ୧୩ ରନ୍‌, ଆଶ୍ରିତ ଯୋଷି ୧୨ ରନ୍‌ ସଂଗ୍ରହ କରିଥିଲେ । ନାଏକ କ୍ରିକେଟ ଏକାଡେମୀ ଦଳ ତରଫରୁ ସଫଳ ବୋଲର ଭାବରେ ଆୟୁଷ ରଥ ୩ ଗୋଟି, ଓମ୍‌ ସାହୁ, ଆରୟନ ଦାନୀ ଓ ଗୌରଭଦେବ କୁମ୍ଭାର ପ୍ରତ୍ୟେକ ୨ ଗୋଟି ୱିକେଟ ଅକ୍ତିଆର କରିଥିଲେ । ଏହାର ଜବାବରେ ନାଏକ କ୍ରିକେଟ ଏକାଡେମୀ ଦଳ କୌଣସି ୱିକେଟ ନ ହରାଇ ମ୍ୟାଚକୁ ଅତି ସହଜରେ ୬.୪ ଓଭରରେ ଆବଶ୍ୟକ ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲେ । ନାଏକ କ୍ରିକେଟ ଏକାଡେମୀ ଦଳ ତରଫରୁ ସୁଜଳ ମହାନ୍ତି ଅପରାଜିତ ୫୨ ରନ୍‌ ଓ ଆରୟନ କୁମାର ଦାନି ଅପରାଜିତ ୧୧ ରନ୍‌ ସଂଗ୍ରହ କରିଥିଲେ । ଆଜିର ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପେୟାର ପୃଥ୍ୱୀରାଜ ମିଶ୍ର ଓ ବିଶ୍ୱମ୍ବର ମହାକୁଡ ପରିଚାଳନା କରିଥିବା ବେଳେ ସ୍ୱାଗତ ତ୍ରିପାଠୀ ଏବଂ ଜଗପତି ନାୟକ ସ୍କୋରର ଦାୟିତ୍ୱ ତୁଳାଇଥିଲେ ।

Leave A Reply

Your email address will not be published.