oom

ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଭାବେ ମନୋନୀତ ହେଲେ ଅକ୍ଷୟ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସାଂସଦଙ୍କ ସଇଁନ୍ତଲା ବ୍ଲକ ପ୍ରତିନିଧି ଭାବେ ଅକ୍ଷୟ ରଣା ଦୀର୍ଘ ଦିନ ହେଲାଣି ଦାୟିତ୍ୱ ଗ୍ରହଣ କରିବା ସହ ସଙ୍ଗଠନକୁ ସୁଦୃଢ କରିବାରେ ଲାଗିଥିବା ବେଳେ ଅକ୍ଷୟଙ୍କ କାର୍ଯ୍ୟକଳାପକୁ ନେଇ ବିଜେପି ଦଳ ବେଶ ଉତ୍ସାହିତ ମଧ୍ୟ ରହିଛି ତେବେ ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ସମୟରେ ଅନେକ ବ୍ୟକ୍ତିଙ୍କୁ ଦାୟିତ୍ୱ ମଧ୍ୟ ଦିଆଯାଇଛି । କିନ୍ତୁ ଅକ୍ଷୟ ରଣାଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ଓବିଶି ମୋର୍ଚ୍ଚା ସଭାପତି ଭାବେ ମନୋନୀତ କରାଯାଇଛି । ତେଣୁ ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଓ ରାଜ୍ୟ ବିଜେପି କାର୍ଯ୍ୟକର୍ତା ସମେତ ବିଜେପି କର୍ମୀମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

jittmm
Leave A Reply

Your email address will not be published.