oom

୬ଟି ପାନୀୟ ଜଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଦେଲେ ନରସିଂହ : ପ୍ରତ୍ୟେକ ଗାଁକୁ ପାଇପ ଦ୍ୱାରା ପିଇବା ପାଣି ଯୋଗାଇ ଦିଆଯିବ, କହିଲେ ନରସିଂହ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସଦର ବ୍ଲକ ସ୍ଥିତ ବାନ୍ଧନଘୋର, ସିଆଲବାହାଲି, କେରମେଲି, ଫଟକରା, ଚାଣ୍ଟିମୁଣ୍ଡା ଓ ସାଉନ୍ତମୁଣ୍ଡା ଗାଁରେ ୬ଟି ପାଇପ ଦ୍ୱାରା ପାନୀୟ ଜଳ ବଣ୍ଟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ ଦ୍ୱାରା ପାନୀୟ ଜଳ ଯୋଗାଣ ମାଧ୍ୟମରେ କୁଟୁମଡୋଲା ପଂଚାୟତର ବାନ୍ଧନଘୋର ଠାରେ ୧କୋଟି ୭୭ଲକ୍ଷ ଟଙ୍କା, ଝାଙ୍କରପାଲି ପଂଚାୟତର ସିଆଲବାହାଲି ଗାଁରେ ୧କୋଟି ୩୧ଲକ୍ଷ ଟଙ୍କା, ବାରପୁଡୁଗିଆ ପଂଚାୟତର କେରମେଲି ଗାଁରେ ୧କୋଟି ୧୯ଲକ୍ଷ ଟଙ୍କା, ଚିକଲବାହାଲ ପଂଚାୟତର ଫଟକରା ଠାରେ ୧କୋଟି ୩୦ଲକ୍ଷ ଟଙ୍କା, ବିଡିଘାଟ ପଂଚାୟତର ଚାଣ୍ଟିମୁଣ୍ଡା ୧କୋଟି ୧୯ଲକ୍ଷ ଟଙ୍କା ଏବଂ ସିକାଛିଡା ପଂଚାୟତର ସାଉନ୍ତମୁଣ୍ଡା ଠାରେ ୧କୋଟି ୧ଲକ୍ଷ ଟଙ୍କାର ୬ଟି ପାନୀୟ ଜଳ ପ୍ରକଳ୍ପ ଯେଉଁ ପ୍ରକଳ୍ପରେ କି ପାଣି ବିଷୋଧନ ୟୁନିଟ, ବିଦ୍ୟୁତ ସଂଯୋଗ ତଥା ପ୍ରତ୍ୟେକ ଘରକୁ ଟେପ୍ ମାଧ୍ୟମରେ ପିଇବା ପାଣି ଯୋଗାଇ ଦେବାର ବ୍ୟବସ୍ଥା ହେବ ଏବଂ ଏହି ସମସ୍ତ ପ୍ରକଳ୍ପ ଏକ ବର୍ଷ ମଧ୍ୟରେ ସମ୍ପୁର୍ଣ୍ଣ ହୋଇ ଲୋକମାନଙ୍କ କାମରେ ଆସିବ ବୋଲି ବିଭାଗିୟ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଏବଂ ସମସ୍ତ ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଞ୍ଚ ବର୍ଷ ପର୍ୟ୍ୟନ୍ତ ପ୍ରକଳ୍ପ ନିର୍ମାଣ ସଂସ୍ଥାର ଦାୟିତ୍ୱରେ ରହିବ । ଗ୍ରାମବାସୀମାନଙ୍କ ସହିତ ଆଲୋଚନା ସମୟରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ନିର୍ବାଚନ ମଣ୍ଡଳିର ସମସ୍ତ ପଂଚାୟତର ସମସ୍ତ ଗାଁକୁ ପାଇପ ଯୋଗେ ପିଇବା ପାଣି ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି କାରଣ ବଲାଙ୍ଗିର ତଥା ଦେଓଗାଁ ବ୍ଲକର ଅନେକ ଅଂଚଳ ଭୂତଳ ଜଳରେ ବିଷାକ୍ତ ଫ୍ଲୋରାଇଡ ମିଳୁଥିବାର ପ୍ରମାଣ ମିଳିଛି । ତେଣୁ ଲୋକମାନଙ୍କ ସ୍ୱାସ୍ଥ୍ୟ ତଥା ଜିବନ ରକ୍ଷା ପାଇଁ ପାଇପ ଯୋଗେ ପିଇବା ପାଣି ଯୋଗାଇବା କାର୍ୟ୍ୟକ୍ରମ ହାତକୁ ନିଆଯାଇଛି । ଲୋକଙ୍କୁ ଅନୁରୋଧ ନିର୍ମାଣକାରୀ ସଂସ୍ଥା ତଥା ବିଭାଗକୁ କାର୍ୟ୍ୟ ଯେପରି ଶିଘ୍ର ସରିବ ସେ ଦିଗରେ ସହଯୋଗ କରିବେ ବୋଲି ଆଶା । ଆଜିର ଏହି ଭିତ୍ତିପ୍ରସ୍ତର କାର୍ୟ୍ୟକ୍ରମ ମାନଙ୍କରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ଶତପଥି, ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ମହାପାତ୍ର, କନିଷ୍ଠ ଯନ୍ତ୍ରୀ ମୃତ୍ୟୁଞ୍ଜୟ ରାଉତ, ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତି ବଘାର, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, ବିଧାୟକଙ୍କ ବିଭାଗୀୟ ପ୍ରତିନିଧି ମାନସ ମହାନ୍ତି, ଉମାଶଙ୍କର ପଣ୍ଡା, ବ୍ଲକ ସଭାପତି ରାମ ପ୍ରସାଦ ମିଶ୍ର, ବରିଷ୍ଠ ନାଗରିକ ଭରତ ଭୋଇ, ରାଧାକାନ୍ତ ଭୋଇ, ସରୋଜ ରଥ, ବିଶ୍ୱଜିତ ନାଥ, ଡମ୍ବରୁ ମେହେର, ସରୋଜ ମେହେର, ରମାକାନ୍ତ ପଟେଲ, ଶଙ୍କିତ୍ତନ ମେହେର, ବୁବୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.