ପୂର୍ବ ଶତ୍ରୁତା ଯୋଗୁଁ କ୍ଷେତରେ ଥିବା ଗୋ-ଖାଦ୍ୟ ପୋଡାଇ ଦେଲେ : ଥାନାରେ ଅଭିଯୋଗ କଲେ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡା ଫାଣ୍ଡିର ବିଳାସପୁର ଗାଁରେ ଜୈନିକ ବ୍ୟକ୍ତିଙ୍କ ପୁଆଳ ଭାଡ଼ିକୁ ନିଆଁ ଲଗାଇ ଦେବାରୁ ମଙ୍ଗଳବାର ଦିନ ଦେଓଗାଁ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ପ୍ରକାଶ ଥାଉ କି, ବିଳାସପୁର ଗାଁର ଦାଶରଥି ପଧାନ ନିଜ କ୍ଷେତରେ ଗାଈ ଗୋରୁଙ୍କ ପାଇଁ ପୁଆଲ ସାଇତି ରଖିଥିଲେ । କିନ୍ତୁ ପୂର୍ବ ଶତ୍ରୁତାର ରାଗ ରଖି ଗାଁର ବିଭୀଷଣ କରନ ନିଆଁ ଲଗାଇ ଦେବାରୁ ପିଆଳ ଓ ସାବୁନ ଗଛ ପୋଡି ଯାଇଛି ବୋଲି ଅଭିଯୋଗ କରିଛନ୍ତି । ଗତ ୨୭ ଫେବୃୟାରୀରେ ଏନେଇ ବନ୍ଧପଡା ଫାଣ୍ଡିରେ ଅଭିଯୋଗ କରିଥିଲେ କିନ୍ତୁ କୌଣସି କାର୍ୟ୍ୟାନୁଷ୍ଠାନ ପୁଲିସ ଗ୍ରହଣ ନ କରିବାରୁ ପୁଣି ଥରେ ନିଆଁ ଲଗାଇ ଦେଇଛି ବୋଲି ଦାଶରଥି ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଦେଓଗାଁ ଥାନା ଅଧୀନରେ ଥିବା ବିଭିନ୍ନ ଗାଁ ଗୁଡିକରେ ଚୋରୀ ଡକାୟତି ହେଉ କି ଗଣ୍ଡଗୋଳ ଲାଗି ଥାନାକୁ ଅଭିଯୋଗ କରିବାକୁ ଗଲେ ବାବୁମାନେ ଗୁହାରୀ ଠିକ ଭାବରେ ଶୁଣୁ ନ ଥିବାରୁ ଗାଁ ଗାଁରେ ଅସନ୍ତୋଷ ଦେଖାଦେଉଛି । ଏଣୁ ଜିଲ୍ଲା ଆରକ୍ଷୀ ଅଧିକାରୀ ଦେଓଗାଁ ଥାନା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.