ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୪୨ ମୌଜ଼ାରେ ନିଧି ସଂଗ୍ରହ

କଟକ, (ଚକ୍ରବର୍ତ୍ତୀ ଓତା) : ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ କଟକ ସଦର ୪୨ମୌଜା ଉପକଣ୍ଠ ବ୍ରହ୍ମପୁର ପଞ୍ଚାୟତରେ ନିଧି ସଂଗ୍ରହ ଅଭିଯାନ ଜାରି ରହିଛି । ଏହି ମହାଅଭିଯାନରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସାମାଜିକ ସମରସତା ପ୍ରମୁଖ ସତ୍ୟନାରାୟଣ ମିଶ୍ରଙ୍କ ମାର୍ଗଦର୍ଶନରେ ଶ୍ରୀମତୀ ସବିତାରାଣୀ ଦାଶ, ଭବାନୀଶଙ୍କର କର, ରାକେଶ ମୁଦୁଲି, ଶଙ୍କର ବେହେରା, ସ୍ବାଧୀନ ଦେବତା, ଉମାକାନ୍ତ ପୂଜାରୀ, ଅମରେନ୍ଦ୍ର ଦାଶ ଅଂଶ ଗ୍ରହଣ କରିଥିଲେ । ଇତ୍ୟାବସରରେ ଗ୍ରାମବାସୀ ମାନଙ୍କ ସହ ନିଖିଳ ଉତ୍କଳ ଯାଦବ ମହାସଭା କାର୍ୟ୍ୟକାରୀ ସଭାପତି ସୁବାସ ବେହେରା ଦାନରାଶି ଦେବା ସହ ଏହି ରାଷ୍ଟ୍ରଯଜ୍ଞରେ ଯୋଗଦାନ ଦେଇଥିବା ଶ୍ରଦ୍ଧାଳୁ ମାନଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ । ମନ୍ଦିର ନିର୍ମାଣ ଅଭିଯାନ ପାଇଁ ଜନସାଧାରଣଙ୍କର ଅଭୂତପୂର୍ବ ଉତ୍ସାହ ଓ ସହଯୋଗ ପରିଲକ୍ଷିତ ହେଉଥିବାର ଲକ୍ଷ୍ୟ କରାଯାଉଛି ।

Leave A Reply

Your email address will not be published.