ହରଗୌରୀ ମନ୍ଦିର ‌ଦର୍ଶନ କଲେ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଶିବତଳା, ଲୁଚକିବନ୍ଧ, ରଘୁମଣିପାଲି ମଧ୍ୟସ୍ଥ ଏକ ପାହାଡ଼ ଉପରେ ପ୍ରସିଦ୍ଧ ହରଗୈାରୀ ମନ୍ଦିର ଅବସ୍ଥିତ । ମନ୍ଦିର ଚତୁଃପାର୍ଶ୍ଵ ପ୍ରାକୃତିକ ସୌନ୍ଦର୍ୟ୍ୟରେ ଭରପୂର । ଏହି ମନ୍ଦିରକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତ ଏବଂ ପର୍ଯ୍ୟଟକଙ୍କ ଭିଡ ଲାଗିରହିଥାଏ । ଗତକାଲି ବିଧାୟକ ନରସିଂହ ମିଶ୍ର ହରଗୈ।ରୀ ମନ୍ଦିର ଦର୍ଶନ କରି ବିମୋହିତ ହୋଇଥିଲେ । ହରଗୌରୀ ସୌନ୍ଦର୍ଯ୍ୟକରଣ କମିଟିର ସମ୍ପାଦକ ହୋଲିଶ୍ଵର ଧରୁଆ, ସଭ୍ୟ ଦୀପକ କର୍ମୀ, ରିଙ୍କୁ ଦାସ, ରମେଶ ବଗାର, ରାମ ବେହେରା ସରପଞ୍ଚ ବାଳକୃଷ୍ଣ ବେହେରା, ସମିତି ସଭ୍ୟ ଗୋପବନ୍ଧୁ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ହରଗୌରୀ ମନ୍ଦିରକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ ସୋନ୍ଦର୍ଯ୍ୟକରଣ କମିଟିରୁ ବିଧାୟକଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.