ସମ୍ବଲପୁରରେ ବିଇଡି କଲେଜରେ ଚଳିତ ଥର ନାମ ଲେଖା ବନ୍ଦ

ସମ୍ବଲପୁର, (ଦାମୋଦର ପଣ୍ଡା) : ଅଧ୍ୟାପକ ସଙ୍କଟ ଓ ଭିତ୍ତିଭୂମିର ଅଭାବ ଯୋଗୁଁ ସମ୍ବଲପୁରରେ ବିଇଡି କଲେଜରେ ଚଳିତ ଥର ନାମ ଲେଖା ବନ୍ଦ ରହିଛି । ୨୭ କଣ ଅଧ୍ୟାପକ ପଦରୁ ମାତ୍ର ୪ ଜଣ ଅଧ୍ୟାପକ ନିୟମିତ ଅଛନ୍ତି । ୧୯୯୨ ପର ଠାରୁ ନୂଆ ନିଯୁକ୍ତି ହୋଇ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଅତିଥି ଅଧ୍ୟାପକଙ୍କ ଭରସାରେ କଲେଜ ଚାଲିଛି । ଦୀର୍ଘ ବର୍ଷ ହେଲା ଭରପ୍ର।ପ୍ତ ଅଧ୍ୟକ୍ଷ ରହିବା ପରେ ଏବେ ଭୁବନେଶ୍ଵରରେ ରହୁଥିବା ଶିକ୍ଷା ବିଭାଗ ଡେପୁଟି ଡାଇରେକ୍ଟର ଦାୟିତ୍ୱରେ ଅଛନ୍ତି, ଯେ ଥରେ ମଧ୍ୟ ଏହି ଅନୁଷ୍ଠାନକୁ ଆସି ନାହାନ୍ତି । ତେବେ ନିର୍ଦ୍ଧାରିତ ସମୟରେ ଭିତ୍ତିଭମିର ବିକାଶ ହେଲେ ସମସ୍ୟା ସୁଧୁରିବ ବୋଲି ଶିକ୍ଷାବିତ୍ ମହଲ ଆଶା ରଖିଛନ୍ତି ।

Leave A Reply

Your email address will not be published.