ଲୁହାସିଂହା କଲଙ୍ଗାପଡାରେ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲୁହାସିଂହା ଗ୍ରାମର କଲଙ୍ଗାପଡାରେ ଚବିଶ ପ୍ରହର ନାମଯଜ୍ଞ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ ହୋଇଯାଇଛି । ଏପ୍ରିଲ ୧୮ରୁ ୨୧ ପର୍ଯ୍ୟନ୍ତ ୪ ଦିନ ଧରି ଅନୁଷ୍ଠିତ ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞରେ ପ୍ରଥମେ ସ୍ଥାନୀୟ ପୋଖରୀରୁ ପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପ ସ୍ଥାପନ କରିବା ସହ ଭଗବାନ ଶ୍ରୀକୃଷ୍ଣ ରାଧା ଦାମୋଦର ପରୋଷୋତ୍ତମ ମହାପ୍ରଭୁ ରାମଚନ୍ଦ୍ରଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ଯଜ୍ଞ କର୍ତ୍ତା ଭାବେ ଲୁହାସିଂହା ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ସୀମାଞ୍ଚଳ ପୁରୋହିତ (ମୁନା) ପୁରୋହିତ ଓ ତାଙ୍କ ଧର୍ମପତ୍ନୀ ଶଶ୍ମିତା ପୁରୋହିତ ପୂଜା କାର୍ଯ୍ୟ ନିର୍ବାହ କରିଥିଲେ । ଏଥିରେ ସୁନାମାଲ, ଟପର୍ଣ୍ଣା, ଲୁହାସିଂହା ରାଧାମାଧବ ମହିଳା ସଂକିର୍ତ୍ତନ ଦଳ ଓ କିସନ କହ୍ନେୟା, ହିର୍ଲି, ଡୁଡୁକା, କଲାହାଣ୍ଡି, ପିପିଲଡାବର ଆଦି ଗ୍ରାମର ସଂକିର୍ତ୍ତନ ଦଳ ଯୋଗ ଦେଇ ସଂକିର୍ତ୍ତନ ପରିବେଷଣ କରିଥିଲେ । ନାମଯଜ୍ଞ ପରିଚାଳନା କମିଟି କର୍ମକର୍ତ୍ତା ସଭାପତି କିଶୋର ପାଣ୍ଡେ, ଉପସଭାପତି ଦୈତାରି ମହରା, ଅନାଦି ମହରା, ସଂପାଦକ ହୃଷିକେଶ ବରିହା, ସହ ସଂପାଦକ ପ୍ରିୟବ୍ରତ ସିଂନିନା, କୋଷାଧ୍ୟକ୍ଷ ମନବୋଧ ସାହୁଙ୍କ ସମେତ ଗ୍ରାମବାସୀ ଓ ସଦସ୍ୟ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ପ୍ରତ୍ୟେକ ଦିନ ଭକ୍ତ ମାନଙ୍କ ପ୍ରବଳ ସମାଗମ ହୋଇଥିଲା । ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.