ନାଲକୋରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଭୁୁବନେଶ୍ୱର : ନବରତ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ନାସ୍ନାଲ ଆଲୁମିନିୟମ କଂପାନୀ (ନାଲକୋ) ପକ୍ଷରୁ ନାଲକୋ ରିସର୍ଚ ଆଣ୍ଡ ଟ୍ରେନିଂ ସେଣ୍ଟର୍ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଥିଲେ । ରାମଚରିତ ମାନସ ଓ ବେଦରେ କିଭଳି ମହିଳାମାନଙ୍କୁ ଉଚ୍ଚତର ଆସନ ପ୍ରଦାନ କରାଯାଇଛି ତାହା ଉପରେ ତାଙ୍କର ପ୍ରେରଣାଦାୟୀ ଅଭିଭାଷଣ ମାଧ୍ୟମରେ ରାଜ୍ୟପାଳ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ଲେଖିକା ପଦ୍ମଶ୍ରୀ ଡ. ପ୍ରତିଭା ରାୟ ମହିଳାଙ୍କ ବିକାଶ ସଂପର୍କିତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । କଂପାନୀର କର୍ମଚାରୀମାନଙ୍କୁ ପ୍ରେରଣା ଦେଇଥିବାରୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏବଂ ଲେଖିକା ଡ. ପ୍ରତିଭା ରାୟଙ୍କୁ ନାଲ୍କୋର ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ । ନିକଟରେ ଆୟୋଜିତ ଏକ କୁଇଜ୍ କାର୍ୟ୍ୟକ୍ରମରେ ସଫଳତା ଲାଭ କରିଥିବା ନାଲ୍କୋର ମହିଳା କର୍ମଚାରୀମାନଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ନାଲକୋର ନିେର୍ଦ୍ଦେଶକ (ମାନବ ସମ୍ବଳ) ରାଧାଶ୍ୟାମ ମହାପାତ୍ର, ନିର୍ଦ୍ଦେଶକ (ପି.ଆଣ୍ଡ.ଟି) ଏବଂ (ଅର୍ଥ-ଅତିରିକ୍ତ ଦାୟିତ୍ୱ) ଏମ୍ ପି ମିଶ୍ର, ନିର୍ଦ୍ଦେଶକ (ଉତ୍ପାଦନ) ଏବଂ ନିର୍ଦ୍ଦେଶକ (ବାଣିଜ୍ୟ-ଅତିରିକ୍ତ ଦାୟିତ୍ୱ) ବିଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ନାଲକୋର ମହିଳା କର୍ମଚାରୀମାନଙ୍କ ସମେତ ବରିଷ୍ଠ ପଦାଧିକାରୀ ଏବଂ ନାଲକୋର ବିଭିନ୍ନ ସଂଘର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.