oom

ଆସନ୍ତା ୧୪ରେ ଏନଏସି ଘେରାଉ କରିବ ଗଞ୍ଜାମ ଭାଜପା

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ରହିଥିବା ବିଭିନ୍ନ ୧୦ଦଫା ଦାବୀ ନେଇ ଆସନ୍ତା ୧୪ ତାରିଖରେ ଗଞ୍ଜାମ ଏନଏସି କାର୍ଯ୍ୟାଳୟ ଘେରାଉ କରିବ ଗଞ୍ଜାମ ବ୍ଲକ ଭାରତୀୟ ଜନତା ପାର୍ଟି । ଏନେଇ ଏକ ପ୍ରସ୍ତୁତି ବୈଠକ ଗଞ୍ଜାମ ଏନଏସି ବିଜେପି ମଣ୍ଡଳ ସଭାପତି ସୁଦାମ ଚରଣ ଜେନାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବିଧାୟକ ପାର୍ଥୀ ତଥା ବରିଷ୍ଠ ନେତା ପ୍ରଶାନ୍ତ କର, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର, ଭାଜପା ଜିଲ୍ଲା ସମ୍ପାଦକ ଭୀମସେନ ବେହେରା, ହୁମା ମଣ୍ଡଳ ସଭାପତି କାନ୍ତାରି ଦଳାଇ, ପୂର୍ବତନ କାଉନସିଲର ଡିକେ ରାଓ, ଯୁବନେତା ଭଗବାନ ପ୍ରଧାନ, ମୋର୍ଚା ସଭାପତି ନିରଞ୍ଜନ ତରାଇ, ଏକ୍ସ କାଉନ୍ସିଲର ରଞ୍ଜନ ବେହେରା, ବିକ୍ରମ ମହାରଣା, ମନୋଜ ବେହେରା ପ୍ରମୁଖ ଆଗଧାଡିର ନେତାମାନେ ଉପସ୍ଥିତ ଥିଲେ । ଭେଣ୍ଡିଂ ଜୋନ ନିର୍ମାଣ, ସହରରେ ଥିବା ଉଠା ଦୋକାନୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହାୟତା ସର୍ବଜନୀନ, ଆଦି ନେଇ ଆସନ୍ତା ୧୪ ତାରିଖରେ ଦଶଦଫା ଦାବୀପତ୍ର ପ୍ରଦାନ କରାଯିବା ସହ ଏନଏସି ଘେରାଉ କରାଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା ।

jittmm
Leave A Reply

Your email address will not be published.