ବଜ୍ରପାତରେ ଯୁବକଙ୍କ ମୃତ୍ୟୁ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ ନେହେରୁ ନଗର ଧାରେଙ୍ଗପାଲି ଛକରେ ଗତକାଲି ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଗଲପୁର ନିବାସୀ ସହଦେବ ମେହେର ଓ ତାଙ୍କ ପୁତୁରା ବିଶାଳ ମେହେର(୧୯) ବରପାଲିରୁ ବସ୍‌ ଯୋଗେ ଗାଁକୁ ଫେରୁଥିଲେ । ସେମାନେ ଧାଙ୍ଗେରପାଲି ଛକରେ ବସ୍‌ରୁ ଓହ୍ଲାଇ ଗାଁକୁ ଯାଇଥାନ୍ତେ । ମାତ୍ର ଗାଡିରୁ ଓହ୍ଲାଇବା ମାତ୍ରେ ସେମାନଙ୍କ ଉପରେ ବଜ୍ରପାତ ହୋଇଥିଲା । ଏଥିରେ ବିଶାଳ ଘଟଣା ସ୍ଥଳରେ ଟଳି ପଡିଥିବା ବେଳେ ସହଦେବ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସଙ୍ଗେ ସଙ୍ଗେ ବିଶାଳଙ୍କୁ ବରପାଲି ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତରତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.