ବାଇକ୍‌ ଉପରେ ମାଡିଗଲା ଟ୍ରକ୍, ୨ ମୃତ

ତାଳଚେର : ତାଳଚେର ବାଙ୍କଧରା ଲେବଲ କ୍ରସିଂ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣାରେ ବାପ ପୁଅଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗୋଡିବନ୍ଧର ଏମ.ଡି ଆସିଫ ଏବଂ ତାଙ୍କର ୩ ବର୍ଷର ପୁଅ । ତେବେ ଏହି ଦୁର୍ଘଟଣାରେ ତାଙ୍କ ଭଣଜା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ତାଳଚେର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଥାଉକି, ଟ୍ରକ୍‌ଟି କୋଲ ମାଇନ୍ସକୁ ଯାଉଥିବା ସମୟରେ ବାଇକ୍‌କୁ ଧକ୍କା ଦେଇଥିଲା । ତାଳଚେର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଥିବା ଜଣାପଡିଛି ।

Leave A Reply

Your email address will not be published.