ସାମାନ୍ୟ ମୋବାଇଲ୍‌ ପାଇଁ ୨ ଘନିଷ୍ଠ ବନ୍ଧୁ ମଧ୍ୟରେ ଲଢେଇ : ୧ ମୃତ

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ପାରୁଆ ପଞ୍ଚାୟତ ଛତାବେଡା ଆଦିବାସୀ ଗାଁରେ ସାମାନ୍ୟ ମୋବାଇଲ୍‌ ପାଇଁ ୨ ଘନିଷ୍ଠ ବନ୍‌ନ୍ଧୁ ମଧ୍ୟରେ ଏଢେଇ । ମୃତକ ଜଣକ ଗାଁର ଶୁକଲାଲ୍‌ ରାଉତ ବୋଲି ଜଣାପଡିଛି । କାଣ୍ଡ ଘଟାଇଛି ସେହି ଗାଁର ଘନଶ୍ୟାମ ମାଝି । ରବିବାର ରାଇଘର ପୁଲିସ ଶୁକଲାଲ୍‌ଙ୍କ ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ଘନଶ୍ୟାମକୁ ଗିରଫ କରିଥିବା ଜଣାପଡିଛି । ନବରଙ୍ଗପୁରରୁ ସାଇଣ୍ଟିଫିକ୍‌ ଦଳ ପହଞ୍ଚି ଏହାର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଗତ ଗୁରୁବାର ଏହି କାଣ୍ଡ ଘଟିଥିଲା । ଏକ ମୋବାଇଲ୍‌ ହଜିବା ଘଟଣାକୁ ନେଇ ସେହିଦିନ ସନ୍ଧ୍ୟାରେ ଦୁଇ ଘନିଷ୍ଠ ବନ୍ଧୁଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଗଣ୍ଡଗୋଳ ରୂପ ନେଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଘନଶ୍ୟାମ ଏକ ଇଟାରେ ଶୁକଲାଲ୍‌ଙ୍କ ମୁଣ୍ଡକୁ ଛେଚି ଦେଇଥିଲେ । ଶୁକଲାଲ୍‌ ଗୁରୁତର ହୋଇଥିଲେ ହେଁ ତୁରନ୍ତ ଚିକିତ୍ସା କରି ନଥିଲେ । ଗାଁ ପାଖ ନିଜ ଝିଅ ଘରେ ରହି ଯାଇଥିଲେ ଗତ ଶନିବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ରାତିରେ ତାଙ୍କ ପରିବାର ଲୋକେ ରାଇଘର ଥାନାରେ ଏତଲା ଦେଇଥିଲେ । ରବିବାର ସକାଳେ ଥାନା ଅଧିକାରୀ ଟଙ୍କଧର ଭୋଇ ପୁଲିସ ଟିମ୍‌ ସହ ପହଞ୍ଚି ଥିଲେ ।

Leave A Reply

Your email address will not be published.