ଭୁବନେଶ୍ୱର : କ୍ୟାପିଟାଲ ଅର୍ବାନ ରିଜନ ଟ୍ରାନ୍ସପର୍ଟ (କ୍ରୁଟ) ପକ୍ଷରୁ ୩ ନୂଆ ରୁଟରେ ‘ମୋ ବସ୍’ ଗଡିଲା । ସୁଆଣ୍ଡୋ, ଜଟଣୀ ଓ ନିଆଳିକୁ ମୋ ବସ୍ ସେବା ଯୋଗାଇ ଦିଆଯିବ । ରୁଟ-୬୪ରେ ମୋ ବସ୍ ଭୁବନେଶ୍ୱର ରେଳ ଷ୍ଟେସନରୁ ବାହାରି ବରମୁଣ୍ଡାବସ୍ ଷ୍ଟାଣ୍ଡ ଦେଇ ଜଟଣୀ ଗେଟ୍ ପର୍ୟ୍ୟନ୍ତ ଚଳାଚଳ କରିବ ।
ସେହିପରି ରୁଟ-୬୩ରେ ଗାଡ଼ି ବରମୁଣ୍ଡା ଆଇଏସ୍ବିଟିରୁ ପାହାଳ ଦେଇ ନିଆଳି ପର୍ଯ୍ୟନ୍ତ ଯିବ । ସେହିପରି ରୁଟ ନଂ ୬୨ରେ ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ବାହାରି ପିପିଲି ବଜାର ଦେଇ ସୁଆଣ୍ଡୋ ପର୍ଯ୍ୟନ୍ତ ଯିବ ।
ବହୁ ଦିନ ଧରି ଏହି ରୁଟରେ ମୋ ବସ୍ ଚଳାଇବା ପାଇଁ ଦାବୀ ହୋଇ ଆସୁଥିଲା । ଏନେଇ କ୍ରୁଟ ପକ୍ଷରୁ ଲୋକଙ୍କ ଦାବିକୁ ଆଖି ଆଗରେ ରଖି ମୋ ବସ୍ ସେବା ଯୋଗଇ ଦିଆଯିବ । ଫଳରେ ୩ ଅଞ୍ଚଳବାସୀ ଉପକୃତ ହେବେ ।