ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମେଗାସ୍ୱାସ୍ଥ୍ୟ ମେଳା କାର୍ଯ୍ୟକ୍ରମରେ ବିଧାୟକ ରୁଷିଲେ : ମେଳାକୁ ଗଲେନାହିଁ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ୱାରା ଉଦ୍‌ଘାଟିତ ମେଗାସ୍ୱାସ୍ଥ୍ୟ ମେଳା କାର୍ଯ୍ୟକ୍ରମରେ ବିଧାୟକ ରୁଷିଲେ, ଆଉ ସେ ମେଳାକୁ ଗଲେନାହିଁ ବୋଲି ଜଣାପଡିଛି । ପ୍ରକାଶ ଥାଉକି, ବୋଲଗଡ଼ ବ୍ଲକରେ ଗୁରୁବାର ସାଂସଦଙ୍କ ଦ୍ୱାରା ଉଦ୍‌ଘାଟିତ ମେଗା ସ୍ୱାସ୍ଥ୍ୟ ମେଳା ପିଚୁକୁଳି ଠାରେ ଅନୁଷ୍ଠିତ ହୋଇଥିଲା । ଏହାକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦ୍‌ଘାଟନ କରିଥିଲେ । ବିଧାୟକ ରାଜେନ୍ଦ୍ର ସାହୁ ସେଠାକୁ ଆସିଥିଲେ ମଧ୍ୟ ମେଳାକୁ ଯାଇନଥିଲେ । ସେମାନଙ୍କୁ ମେଳାକୁ ଡକାଯାଇ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ଅପରପକ୍ଷରେ ଦଳୀୟ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ନେଇ ପିଚୁକୁଳି ପଞ୍ଚାୟତ କାର୍ଯ୍ୟାଳୟକୁ ଡାକି ବୈଠକ କରିଥିଲେ ବୋଲି ଜଣାଯାଏ । ଆଗାମୀ ନିର୍ବାଚନରେ ଜଣେ ସ୍ଥାନୀୟ ଲୋକଙ୍କୁ ବିଧାୟକ ପ୍ରାର୍ଥୀ କରିବା ପାଇଁ ବିଚାର ବିମର୍ଶ କରିଥିଲେ । ଏନେଇ ସାଧାରଣରେ ଆଲୋଚନା ହେଉଛି । ଆଗାମୀ ଦିନରେ ରାଜେନ୍ଦ୍ର ସାହୁ ବେଗୁନିଆ ଛାଡ଼ିବେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଉଛି ।

Leave A Reply

Your email address will not be published.