oom

ଦେଓଗାଁରେ ପ୍ରଶାସନର ମାକ୍ସ ‌ଚେକିଙ୍ଗ୍‌ : ନିୟମ ଉଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଉପରମୁହାଁ ହେଉଛି କରୋନାର ତୃତୀୟ ଲହର । ଜିଲ୍ଲାର ଜଣେ ଓମିକ୍ରନ ଆକ୍ରାନ୍ତଙ୍କ ଦେହାନ୍ତ ହେବା ପରେ ସର୍ତକତା ଅବଲମ୍ବନ କରୁଛି ପ୍ରଶାସନ । ସେଥିପାଇଁ ଶୁକ୍ରବାର ଦିନ ଲୋକଙ୍କୁ ସଚେତନ କରିବା ପରେ ସଂନ୍ଧ୍ୟାରେ ମାର୍କେଟ କମ୍‌ପ୍ଲେକ୍ସ ଗୁଡ଼ିକୁ ଯାଞ୍ଚ କରିଥିଲେ ପୁଲିସ ଓ ତହସିଲଦାର । ଦେଓଗାଁ ବସଷ୍ଟାଣ୍ଡ, ବଙ୍ଗଳା, ଜରାସିଂହାରେ ଥିବା ଜନଗହଳି ସ୍ଥାନଗୁଡ଼ିକୁ ଯାଇ ମାକ୍ସ ବ୍ୟବହାର କରିବା ଉପରେ ପ୍ରଥମେ ସଚେତନ କରିଥିଲେ । ଏନେଇ କରୋନା କଟକଣା ଉଲଂଘନ କଲେ ଦୋକାନ ଗୁଡ଼ିକୁ ସିଲ୍‌ କରି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର ଯୁଗଲ କିଶୋର ବିଶ୍ବାଳ କହିଥିବା ବେଳେ ଥାନା ଅଧିକାରୀ ବାମଦେବ ଶଙ୍ଖୁଆଳ ଗତକାଲି କେବଳ ସଚେତନ କରାଯାଇଛି, ଆଜିଠାରୁ ଫାଇନ୍‌ କାଟି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.