ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଧାମତରୀ ପୋଲିସ ସର୍ଚ୍ଚ ଅପରେଶନ ବେଳେ ଜଣେ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି । ତାଙ୍କ ନାମ ମୁକେଶ ଓରଫ ସୁକଲୁଗାୱାଡେ । ତାଙ୍କ ନାମରେ ୨ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ଖବରରୁ ଜଣାପଡିଛି ଧାମତରୀ ଥାନା ଅନ୍ତର୍ଗତ ଧଡ଼ପଦରିପାନି ଅଞ୍ଚଳରେ ମାଓବାଦୀଙ୍କ କାର୍ୟ୍ୟକଳାପ ସୂଚନା ପାଇ ଯବାନମାନେ ସର୍ଚ୍ଚ ଅପରେଶନ କରୁଥିଲେ ।
ଏହି ସମୟରେ ଜଣେ ବ୍ୟକ୍ତି ଧଡ଼ପଦରିପାନି ଜଙ୍ଗଲରେ ବୁଲୁଥିବା ଯବାନମାନେ ଦେଖିବାକୁ ପାଇଥିଲେ । ତେବେ ସେ ପୋଲିସକୁ ଦେଖି ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ଯବାନମାନେ ତାଙ୍କୁ କାବୁ କରିନେଇଥିଲେ । ତାଙ୍କୁ ପଚରାଉଚରା କରିବାରୁ ସେ ନିଜ ନାମ ମୁକେଶ ଓରଫ ସୁକଲୁଗାୱାଡେ ବୋଲି କହିଥିଲେ । ସୁକଲୁ ମାଓବାଦୀ କ୍ଷେତ୍ର କମିଟିର ପ୍ଲାଟୁନ ନମ୍ବର ୨୫ର ଡେପୁଟି କମାଣ୍ଡର ଥିଲେ ।

Leave A Reply

Your email address will not be published.