oom

ଚିରନ୍ତନ ମାନବୀୟ ମୂଲ୍ୟବୋଧର କଥା କହେ ମନୋଜ ଦାସଙ୍କ ସାହିତ୍ୟ

jsmm

କଂଟାବାଞ୍ଜି : ଚିରନ୍ତନ ମାନବୀୟ ମୂଲ୍ୟବୋଧର କଥା କହେ ମନୋଜ ଦାସଙ୍କ ସାହିତ୍ୟ । ମାନବୀୟ ନିତିବୋଧ ଓ ରୁଚି ବୋଧକୁ ନେଇ ଅତ୍ୟନ୍ତ ସୁକୁମାର ଶୈଳୀରେ ମନୋଜ ଦାସ ଉପସ୍ଥାପିତ କରନ୍ତି ଗପଗୁଡିକୁ । ତାଙ୍କର ଗପ ଗୁଡିକର ଲୌକିକ, ଅଲୌକିକ, ଇହଲୋକ ଓ ପରଲୋକର ପରିବେଶ ପାଠକଙ୍କୁ ମୁଗ୍ଧ କରେ । ସୁଚନା ଯୋଗ୍ୟ ଯେ, କେଭି ମହାବିଦ୍ୟାଳୟ କଂଟାବାଞ୍ଜି ପକ୍ଷରୁ ବିଶିଷ୍ଠ ଲେଖକ ମନୋଜ ଦାସଙ୍କ ସ୍ମୃତିରେ ଏକ ଭରଚୁଏଲ ସଭାର ଆୟୋଜନ କରାଯାଇଥିଲା । ଫକୀର ମୋହନ ବିଶ୍ୱବିଦ୍ୟାଳୟ ବାଲେଶ୍ୱରର ଓଡିଆ ବିଭାଗ ପ୍ରଫେସର ଡ. ମନିନ୍ଦ୍ର କୁମାର ମେହେର ଏବଂ ଶିମିଲିଗୁଡା ମହାବିଦ୍ୟାଳୟର ଓଡିଆ ଅଧ୍ୟାପିକା ଡ.ବିଦ୍ୟୁତ ପ୍ରଭା ରାଉତ ଅତିଥି ଭାବରେ ଯୋଗ ଦେଇ ମନୋଜ ଦାସଙ୍କ ଜୀବନ ଦର୍ଶନ ତାଙ୍କ ସାହିତ୍ୟ କୃତି ବିଷୟରେ ବିଶଦ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଅଧକ୍ଷ ସତ୍ୟବ୍ରତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଲେ ସଭା ପରିଚାଳନା କରିଥିଲେ ଅଧ୍ୟାପକ ଡ ସଂଜୟ କୁମାର ମିଶ୍ର, ବଲାଙ୍ଗିର, ବରଗଡ, ସମ୍ବଳପୁର, ଝାରସୁଗୁଡା, ନୂଆପଡା ଆଦି ଅଂଚଳର ବହୁ ବିଶିଷ୍ଠ ବିଦ୍ୱାନ ଏବଂ ଛାତ୍ରଛାତ୍ରୀ ଉକ୍ତ ସଭାରେ ଯୋଗ ଦେଇଥିଲେ । ପ୍ରଫେସର ମେହେର ଏବଂ ଡ. ରାଉତ ତାଙ୍କ ନିଜନିଜ ଯାଦୁକରି ବକ୍ତବ୍ୟରେ ମନୋଜ ଦାସଙ୍କ ସାହିତ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରଫେସର ମେହେର ମାଙ୍ଗଲ୍ୟର ମନ୍ତ୍ର ଉଚ୍ଚାରଣ ପାଇଁ ଜନ୍ମ ନେଇଥିଲେ ମନୋଜ ଦାସ ବୋଲି ନିଜ ବକ୍ତବ୍ୟରେ କହିଥିଲେ ।

jittmm
Leave A Reply

Your email address will not be published.