ଭଣଜାଙ୍କ ଆକ୍ରମଣରେ ମାମୁଁ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଜଡାମୁଣ୍ଡା ଗାଁର ରାଜୁ ଝାଙ୍କର(୪୦) କିଛି ଯୁକ୍ତିତର୍କକୁ ନେଇ ନିଜ ଭଣଜାଙ୍କ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ସେହି ଗାଁରେ ଦୁଇ ଜଣ ଲୋକ ଯୁକ୍ତିତର୍କ କରୁଥିଲେ । ତାର ସମାଧାନ କରିବା ପାଇଁ ଯିବା ସମୟରେ ଗାଁର ରାଜୁ ଝାଙ୍କରଙ୍କ ଭଣଜା ପିଣ୍ଟୁ ନାୟକ(୨୦) ଉତ୍ୟକ୍ତ ହୋଇ ଏକ ପଥରରେ ନିଜ ମାମୁଁ ରାଜୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ରାଜୁଙ୍କ ମୁଣ୍ଡରେ ଜୋର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ରାଜୁଙ୍କୁ ପ୍ରଥମେ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ରାଜୁଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲର ସର୍ଜରୀ ୱାର୍ଡକୁ ରେଫ୍‌ର କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.