om academy

ମଲିକୁଦ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ବରଗାଁ ସରପଞ୍ଚ

jsm

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତର ମଲିକୁଦ ଗ୍ରାମରେ ଗୋଟିଏ ପରିବାରର ୪ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ବରଗାଁ ସରପଞ୍ଚ ବେଲମତୀ ସେଠୀ ମଲିକୁଦ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ଗୋଷ୍ଠୀ ସଂକ୍ରମଣରୁ ଜନସାଧାରଣଙ୍କୁ ସୁରକ୍ଷା ଓ ସଚେତନତା କରିବା ପାଇଁ ଅକ୍ଟୋବର ୬ତାରିଖ ସକାଳ ୧୦ଟା ସମୟରୁ ୯ ତାରିଖ ମଧ୍ୟରାତ୍ର ଯାଏ ୭୨ଘଣ୍ଟା ପର୍ୟ୍ୟନ୍ତ ମଲିକୁଦ ଗ୍ରାମ ଓ ଏହାର ୨୦୦ ମିଟର ପର୍ୟ୍ୟନ୍ତ ଅଞ୍ଚଳକୁ ସଂପୂର୍ଣ୍ଣ ପ୍ରଭାବ ନିରୋଧ ଅଞ୍ଚଳ ଭାବରେ ଘୋଷଣା କରିଛନ୍ତି । ଏହି ସମୟରେ ଜରୁରୀ ସେବା ବ୍ୟତିତ ଅନ୍ୟ ସମସ୍ତ ଦୋକାନ, ବଜାର ଓ ସରକାରୀ, ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ । ଏହି ସମୟରେ ବିନା କାରଣରେ କେହି ବାହାରକୁ ନ ବାହାରିବାକୁ ଶ୍ରୀମତି ସେଠୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଉକ୍ତ ସମୟ ଭିତରେ ସମସ୍ତେ ସହଯୋଗ କରି ନିଜେ ସୁସ୍ଥ ରହିବା ସହ ଅନ୍ୟ ମାନଙ୍କ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ସୁରକ୍ଷା ଦେବାକୁ କହିଛନ୍ତି । ଅନ୍ୟଥା ଏହାର ଖିଲାପ କଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦ କରିଛନ୍ତି ।

Leave A Reply

Your email address will not be published.