ରାଜ୍ୟରେ ପୁଣି ୪୮ ଜୀବନ ନେଲା ମହାମାରୀ କୋରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ପୁଣି ୪୮ ଜଣଙ୍କ ଜୀବନ ନେଇଛି କରୋନା । ୧୮ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ଓ ନୟାଗଡ଼ ଜିଲ୍ଲାରେ ୫ ଜଣ ଲେଖାଏଁ, ଗଞ୍ଜାମ ଓ ସୁନ୍ଦରଗଡ଼ରେ ୪ ଜଣ ଲେଖାଏଁ ଜୀବନ ହରାଇଛନ୍ତି । ସେଭଳି ବରଗଡ଼, ବୌଦ୍ଧ ଓ ଢେଙ୍କାନାଳରେ ୩ ଜଣ ଲେଖାଏଁ ଓ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଝାରସୁଗୁଡ଼ାରେ ୨ ଜଣ ଲେଖାଏଁ ଏବଂ ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ପୁରୀ ଓ ସମ୍ବଲପୁରରେ ଜଣେ ଲେଖାଏଁ କୋଭିଡ ରୋଗୀ ମୃତ୍ୟୁବରଣ କରିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.