ସନ୍ଥ କବି ଭୀମ ଭୋଇଙ୍କ ସମାଧି ପୀଠ ଖଲିଆପାଲି ଠାରେ ମାଘମେଳା ନିମନ୍ତେ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀ (ଭାପ୍ରସେ)ଙ୍କ ଅଧ୍ୟକ୍ଷ୍ୟତାରେ ଜିଲ୍ଲାପାଳଙ୍କ ଆବାସିକ କାର୍ୟ୍ୟାଳୟ ଠାରେ ସନ୍ଥ କବି ଭୀମ ଭୋଇଙ୍କ ସମାଧି ପୀଠ ଖଲିଆପାଲି ଠାରେ ହେବାକୁ ଥିବା ମାଘମେଳା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମେଳା ଆୟୋଜନ କମିଟି ଏବଂ ଜିଲ୍ଲାପ୍ରଶାସନ ଦ୍ୱାରା ଆଲୋଚନା କରାଯାଇ ଚଳିତବର୍ଷ ସମାରୋହକୁ ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ନୀତି କାନ୍ତି ମଧ୍ୟରେ ପାଳନ କରାଯିବ । ଆସନ୍ତା ତା ୨୫/୦୨/୨୧ଠାରୁ ତା ୨୭/୦୨/୨୧ ପର୍ୟ୍ୟନ୍ତ ତିନି ଦିନ ମେଳା ଅନୁଷ୍ଠିତ ହେବାକୁ ଥିବାବେଳେ ତା ୨୬ ଓ ୨୭ ତାରିଖ ଦୁଇ ଦିନ ମୁଖ୍ୟ ମନ୍ଦିର ଖୋଲାଯାଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ । ପ୍ରତ୍ୟେକ ବର୍ଷ ଯେପରି ମେଳା ମହୋତ୍ସବ ଚାଲୁଥିଲା ଚଳିତ ବର୍ଷ ତାହାକୁ ବନ୍ଦ ରଖାଯାଇ ନିରାଡ଼ମ୍ବର ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ଅନୁସାରେ ମେଳା ଉଦେଶ୍ୟରେ ବାହାରୁ କୌଣସି ପ୍ରକାର ଦୋକାନ ବଜାର, ମୀନା ବଜାର ଇତ୍ୟାଦି ବାରଣ ସହିତ ସାଂସ୍କୃତିକ କାର୍ୟ୍ୟକ୍ରମ, ସାହିତ୍ୟ ସମାରୋହ, ଇତ୍ୟାଦି ଅନୁଷ୍ଠିତ ହେବନାହିଁ । ପୀଠ ପରିସରରେ ଏକତ୍ରିତ ଭାବେ ଭକ୍ତ କିମ୍ବା ଶ୍ରଦ୍ଧାଳୁଙ୍କ ପ୍ରସାଦ ସେବନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କୋଭିଡ-୧୯ ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ଭକ୍ତ, ଶ୍ରଦ୍ଧାଳୁ ମୁହଁରେ ମାକ୍ସ ପରିଧାନ କରିବାସହ ୬ଫୁଟର ସାମାଜିକ ଦୂରତ୍ୱ ପାଳନ, ହାତକୁ ବାରମ୍ବାର ସଫାକରିବା ଅଥବା ହ୍ୟାଣ୍ଡ ସାନିଟାଇଜ କରି ମନ୍ଦିରକୁ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ଯାଇପାରିବେ । ପୀଠ ପରିସର କିମ୍ବା ବାହାରେ କୌଣସି ସ୍ଥିତି ରେ ମଧ୍ୟ ୫୦୦ରୁ ଅଧିକ ଲୋକଙ୍କୁ ଭିଡ ନକରାଇବା ଉପରେ ଆବଶ୍ୟକ ଯତ୍ନବାନ ହେବାକୁ ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ଟ୍ରଷ୍ଟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି । ମେଳାରେ ଆବଶ୍ୟକ ଶାନ୍ତି ଶୃଙ୍ଖଳା ନିମନ୍ତେ ପୋଲିସ ମୃତୟନ କରିବା, ଜରୁରୀ କାଳୀନ ସେବା ନିମନ୍ତେ ଅଗ୍ନିଶମ ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପ୍ରଭୁତି ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ତତ୍ପର ରହିବାକୁ ଜିଲ୍ଲାପାଳ, ସୁବର୍ଣ୍ଣପୁର ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଆଜିର ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ରମେଶ ଚନ୍ଦ୍ର ପାଣିଗ୍ରାହୀ, ଡିଆଇପିଆରଓ, ଅଶ୍ୱିନୀ କୁମାର ଭୋଇ, ସହକାରୀ ଅଗ୍ନିଶମ ଅଧିକାରୀ, ସୋନପୁର, ମ୍ୟାନେଜିଂ ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ, ଜନ୍ମେଜୟ ସ୍ୱାଇଁ, ସେକ୍ରେଟାରୀ, ବି ବି ଏସ, ବାବା ସନ୍ୟାସୀ ଦାଶ, ରଘୁନାଥ ଅଗ୍ରୱାଲ, ସରପଞ୍ଚ, ଖଲିଆପାଲି ଗ୍ରା.ପ, ସର୍ବଶ୍ରୀ ସୁମନ୍ତ ପୁଟେଲ, ମହାଦେବ ବଗର୍ତ୍ତୀ, ମଙ୍ଗୁଲୁ ପିରା, ପ୍ରମୁଖ ଟ୍ରଷ୍ଟ ସଦସ୍ୟ, ସମେତ ଗଜେନ୍ଦ୍ର ବାରିକ, ଏସ ଡି ପି ଓ, ଉପଜିଲ୍ଲାପାଳ କାର୍ୟ୍ୟାଳୟ ସୋନପୁର, କ୍ଷିପ୍ର ଲେଖାକାର ଦୀପକ କୁମାର କର, ଅନୁ ବିଭାଗୀୟ ଅଧିକାରୀ ଉପଜିଲ୍ଲାପାଳ କାର୍ୟ୍ୟାଳୟ ସୋନପୁର ରମେଶ ନାଗ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଭାଗ ନେଇଥିଲେ ।

Leave A Reply

Your email address will not be published.