om academy

ଦ୍ରୁତ ଗତିରେ ମାଡ଼ି ଆସିଲା ଟ୍ରକ୍ : ଭାରସାମ୍ୟ ହରାଇ କଲା ଅନେକ କ୍ଷୟକ୍ଷତି

jsm

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ରେ ଘଟି ଯାଇଛି ଏକ ଦୁର୍ଘଟଣା । ଲୋକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି । ଗତକାଲି ରାତି ସାଢେ଼ ୮ ଟାରୁ ୯ଟା ମଧ୍ୟରେ ଘଟିଛି ଏଇ ଘଟଣା । ପ୍ରତ୍ୟକ୍ଷଦର୍ଶୀ କହନ୍ତି, ଏକ ଟ୍ରକ୍ (ଓଆର୍ ଏକ ପାଞ୍ଚ ଏଫ୍ ତିନି ଆଠ ଛଅ ଶୁନ) ଡିଏଭି କଲେଜ୍ ପଟରୁ ଦ୍ରୁତ ବେଗରେ ହାଟପଦା ଫାଟକ ପଟକୁ ମାଡ଼ି ଆସିଥିଲା ।

ଘଣ୍ଟାସୁନୀ ବିଦ୍ୟାଳୟ ପାଖରେ ଗୋଟିଏ ଗର୍ଭିଣୀ ଗାଈକୁ ଧକ୍କା ଦେଇ ଆଗକୁ ଆସି ମନ୍ଦିର ପାଖରେ ଗୋଟେ ଗାଈକୁ ପୁଣି ଧକ୍କା ମାରି ଆସିଥିଲା ହାଟପଦା ଭିତର ଦୁର୍ଗା ମଣ୍ଡପ ରାସ୍ତା ଆଡକୁ ।

ସେଠାରେ ଥିବା ମାଟି ସାମଗ୍ରୀ, ପୂଜା ସାମଗ୍ରୀ ଓ ଫଟୋ ବିକ୍ରି କରୁଥିବା ଦୋକାନର ସାମ୍ନା ଅଂଶରେ ମାଡ଼ି ଯାଇ ପ୍ରାୟ ୪-୫ ଟି ଦୋକାନର ବହୁ କ୍ଷୟକ୍ଷତି କରି ଆଗକୁ ମାଡି ଚାଲିଥିଲା । ରେଳବାଇ ଫାଟକ ବନ୍ଦ ଥିବାରୁ ଟ୍ରକଟି ଶିରଭଟାପଡା ଆଡକୁ ଦ୍ରୁତ ବେଗରେ ଯାଉଥିବା ସମୟରେ ରେଳବାଇ ଭୂତଳ ପୋଲ ପାଖରେ ଗୋଟିଏ ଗାଈ ଉପରେ ମାଡ଼ି ଯାଇଥିଲା ।

ଆଗକୁ ଯାଇ ରାସ୍ତା ଜାଣି ନ ପାରି ରେଳବାଇ କଲୋନୀ ପଟେ ଯାଇଥିଲା । କିନ୍ତୁ ଏକ ନାଳରେ ଗାଡି ଫଶି ଯାଇଥିବାରୁ ଚାଳକ ସେଠାରେ ଟ୍ରକ୍ ଛାଡି ପଳେଇ ଯାଇଥିବା କହିଛନ୍ତି ଲୋକେ । ଏହା ମଧ୍ୟରେ ଅନେକ ଗାଡ଼ି ଚାଳକମାନଙ୍କୁ ମଧ୍ୟ ଧକ୍କା ଦେଇଥିବା ଜଣାପଡିଛି । ଟ୍ରକଟି କେଉଁଠୁ ଆସୁଥିଲା ଓ କେଉଁଠିକୁ ଯାଉଥିଲା କେହି ଜାଣିପାରି ନାହାନ୍ତି । କିନ୍ତୁ ଟ୍ରକ୍ ଟି କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡିଛି ।

ଘଟଣା ସଂପର୍କରେ ସୂଚନା ପାଇବା ମାତ୍ରେ ରେଳବାଇ ପୋଲିସ ଓ ଟିଟିଲାଗଡ ପୋଲିସର ଏଏସଆଇ ମନୋଜ ମୁଣ୍ଡା , ଏସଆଇ ଶ୍ରୀ ସାହୁ ସଦଳ ବଳ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ କୁ ଜବତ କରି ପୋଲିସ ଷ୍ଟେସନକୁ ନେଇଛନ୍ତି । ଟିଟିଲାଗଡ ପୋଲିସ ଷ୍ଟେସନ ଓ ରେଳବାଇ ପୋଲିସ ଷ୍ଟେସନରେ ଚାରି ଟ୍ରକ୍ ଚାଳକ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି । ଏହା ସଂପର୍କରେ ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । କିନ୍ତୁ ଘଟଣାସ୍ଥଳରେ ଲୋକଙ୍କ ଆକ୍ରୋଶ ବଢ଼ିଯାଇଥିବ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.