pakka

କବିତା : ଚିରସ୍ରୋତା ସ୍ରୋତସ୍ୱିନୀ

ବନ୍ଦନା କର

ତମେ କ୍ଷତାକ୍ତ କଲେ ବି
ମୁଁ ନିଶ୍ଚିହ୍ନ ହେବିନି
ଶୁଷ୍କ ସେଇ ଉଚ୍ଛ୍ୱାସ ମୋ
ଚିରସ୍ରୋତା ସ୍ରୋତସ୍ୱିନୀ ।
ମରିବି ମରିବି ବୋଲି
ନିଜକୁ ବି ମାରିବିନି
ମୁମୁର୍ଷୁ ମୋ ଜୀବକୋଷ
ଆଜି ପୁଣି ଓଜସ୍ୱିନୀ ।
ରକ୍ତଠୁ ନିଜର ସିନ୍ଦୁରଠୁ ସୁନ୍ଦର
ପ୍ରେମ ଓ ପଶ୍ଚାତାପ, ଅତୀତ ଓ ଅଭିଶାପ ।

ଉର୍ଦ୍ଧ୍ବରେ ତୁମେ ମୋର
ଶୂନ୍ୟ କାଳେ ‘ନନ୍ଦୋତ୍ସବ’
ସିଏ ଅନେକ ଦେଖିଛି ଡାଆଁଣା ଆଖିରେ
ଭୋକ ବିଦିରିବା ବେଳ
ଚାନ୍ଦକୁ ଚଉଠ କରି ପରଷିଛି
କଙ୍କାଳରୁ ଆଣି ବଳ
ଦେଖିବାକୁ ଖାଲି ବାକି ତ ରହିଲା
ଦଂଶିଲା କି ନା ତା’ ପ୍ରେମ
ଦଂଶିଲା ପରେ ତ ଦେବୀ ହେଲା ସିଏ
ଛାଡ଼ି ସତ୍ତ୍ୱ, ରଜ, ତମ । ।

ବଲାଙ୍ଗିର

Leave A Reply

Your email address will not be published.

18 − twelve =