ଆଜି ପବିତ୍ର ମହାଳୟା : ମା’ ସମଲେଇଙ୍କ ଧବଳମୁଖୀ ବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ମହାଳୟା । ବିଗତ ବର୍ଷମାନଙ୍କରେ ଏହି ପବିତ୍ର ତିଥିରେ ଦେବୀ ପୀଠଗୁଡ଼ିକରେ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । କିନ୍ତୁ ଚଳିତ ବର୍ଷ କୋଭିଡ୍‌ କଟକଣା ଯୋଗୁଁ ଦେବଦେବୀ ଦର୍ଶନ ତଥା ଧର୍ମାନୁଷ୍ଠାନର ଦ୍ୱାର ଭକ୍ତଙ୍କ ପାଇଁ ମନା ହୋଇଛି । ଏଭଳି ସମୟରେ ବଲାଙ୍ଗିର ସମଲେଇ ମନ୍ଦିରରେ ପବିତ୍ର ମହାଳୟା ତିଥି ଅବସରରେ ମା’ଙ୍କ ଧବଳମୁଖୀ ବେଶ ଧାରଣ କରିଛନ୍ତି । ବଲାଙ୍ଗିର ସମଲେଇ ମନ୍ଦିରର ପୂଜକ ଟଙ୍କଧର ଦିଶ୍ରୀ(ଅକ୍ଷୟ) ନୀତିକାନ୍ତି ଅନୁସାରେ ପୂଜା ସଂପନ୍ନ କରିଛନ୍ତି । ବିନା ଭକ୍ତଙ୍କ ସମାଗମରେ ମା’ଙ୍କ ଧବଳମୁଖୀ ବେଶ ଦର୍ଶନ ପରମ୍ପରାରେ ବ୍ୟତିକ୍ରମ ଘଟିଥିଲେ ବି ରୀତିନୀତି ଓ ପରମ୍ପରା ଜାରି ରହିଥିବା ପୂଜକ ଶ୍ରୀ ଦିଶ୍ରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.