ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମଦିନ ଅବସରରେ ଶୁଭେଚ୍ଛା ସୁଅ ଛୁଟୁଛି

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ୭୦ତମ ଜନ୍ମ ଦିବସ । ଏହି ଅବସରରେ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ । ତାଙ୍କ ପରମ ବୈଭବଶାଳୀ ଭାରତ ନିର୍ମାଣ ଅଭିଯାନ ସଫଳ ହେଉ ତଥା ତାଙ୍କ ଆଗାମୀ ସମୟ ସ୍ୱଚ୍ଛ ଓ ସମୃଦ୍ଧ ହେଉ ବୋଲି କାମନା କରାଯାଇଛି । ମାଟି ପ୍ରତି, ମା’ ପ୍ରତି ଓ ଦେଶ ପ୍ରତି ତାଙ୍କ ସଂପୂର୍ଣ୍ଣ ସମର୍ପିତ ମନୋଭାବ ଆହୁରି ବଳିଷ୍ଠତା ଅର୍ଜନ କରୁ ବୋଲି ଶୁଭେଚ୍ଛୁମାନେ ମତ ରଖିଛନ୍ତି ।

Leave A Reply

Your email address will not be published.