oom

ଏଲ୍‌ଏଣ୍ଡ୍‌ଏସ୍‌ କ୍ଲବର ଉନ୍ନତି ପାଇଁ ୫୦ଲକ୍ଷ ଟଙ୍କା ମଞ୍ଜୁର : କ୍ଲବର ଐତିହ୍ୟ ଓ ପରଂପରାର ସୁରକ୍ଷା ପାଇଁ ଖର୍ଚ୍ଚ ହେବ ଅନୁଦାନ, କହିଲେ ନରସିଂହ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ସର୍ବ ପୁରାତନ କ୍ଲବ ଘର, ଯାହାକି ଲିଟେରେରୀ ଏଣ୍ଡ୍‌ ସୋସିଏଲ କ୍ଲବ ନାମରେ ପରିଚିତ । ତାର ଐତିହ୍ୟ, ପରଂପରା ଓ ସଂସ୍କୃତି ସୁରକ୍ଷିତ ରଖି ଆଗାମୀ ପିଢି ପାଇଁ ଯେପରି ଏହିି ସର୍ବ ପୁରାତନ କ୍ଲବ ଶିକ୍ଷା, କ୍ରୀଡା, କଳା ଓ ସଂସ୍କୃତିର ବାର୍ତ୍ତାବହ ହେବ, ତାହା ନିଶ୍ଚିତ କରିବା ପାଇଁ ଏହି କ୍ଲବକୁ ୫୦ ଲକ୍ଷ ଟଙ୍କାର ଏକ ଅନୁଦାନ ରାଶି ମଞ୍ଜୁର ହୋଇଛି । ପୁରାତନ ଐତିହ୍ୟ, ସ୍ଥାପତ୍ୟ, ସଂସ୍କୃତିର ସୁରକ୍ଷା ପାଇଁ କାମ କରୁଥିବା ସଂସ୍ଥା ଇନ୍‌ଟେକ୍‌, ବଲାଙ୍ଗିର ଏକ ସବିଶେଷ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିଥିବା ବେଳେ ତାହା ସେ ସମୟରେ ୨ କୋଟିରୁ ଉଦ୍ଧ୍ୱର୍ ଥିଲା । ସେ ସବୁର ସବିଶେଷ ତଥ୍ୟ ସହ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ଏହି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁରିରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲା । ଆହୁରି ମଧ୍ୟ ଏହି ଐତିହ୍ୟ ସମ୍ପନ୍ନ ଏଲ୍‌ଏଣ୍ଡଏସ୍‌ କ୍ଲବକୁ ଇନ୍‌ଟେକ୍‌ ଓଡିଶା ଚେପ୍ଟରର ନିର୍ଦ୍ଦେଶକ ମଲ୍ଲିକା ମିତ୍ର ଦୁଇ ଜଣ ଯନ୍ତ୍ରୀ ତଥା ବଲାଙ୍ଗିର ଚେପ୍ଟର ସଭାପତି ଶିବ ନନ୍ଦ ଏବଂ ଏଲ୍‌ଏଣ୍ଡଏସ୍‌ କ୍ଲବର ସଭ୍ୟମାନଙ୍କ ସହ ପରିଦର୍ଶନ କରିଥିଲେ ଏବଂ ଆଗାମୀ ଦିନରେ ଏହାର ସୁରକ୍ଷା ହେବା ସହ ଲୋକେ କିପରି ଏହାର ଲାଭ ଉଠାଇ ପାରିବେ ସେ ଉପରେ ଏକ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ବହୁ ପୁରାତନ ଏହି କ୍ଲବରେ ଏକ ବହୁତ ପୁରାତନ ତଥା ସମୃଦ୍ଧ ଲାଇବ୍ରେରୀ ସହ ବିଲିୟାଡ୍‌, ଲନ୍‌ଟେନିସ, ବୋର୍ଡ ଗେମ୍‌ ତଥା ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଉଥିଲା । ସେ ସବୁ ଯେମିତି ଆଗାମୀ ଦିନରେ ମଧ୍ୟ ଠିକ୍‌ ହିସାବରେ ଚାଲି ପାରିବ ସେ ଦିଗରେ ମଧ୍ୟ ଉଦ୍ୟମ ହେବ । ସଂସ୍କୃତି ବିଭାଗ ତରଫରୁ ୧ କୋଟିରୁ ଅଧିକ ଅର୍ଥ ଏହି ପ୍ରକଳ୍ପ ମଞ୍ଜୁରି ପାଇ ସାରିଥିବା ସ୍ଥଳେ ବର୍ତ୍ତମାନ ପ୍ରକଳ୍ପ କାମ ଆରମ୍ଭ ପାଇଁ ପ୍ରଥମ ପର୍ଯ୍ୟାୟ ୫୦ ଲକ୍ଷ ମଞ୍ଜୁରି ହୋଇସାରିଛି ଏବଂ ପରେ ପୁଣି ୫୦ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଆସିବ ବୋଲି ସଂସ୍କୃତି ବିଭାଗ ତରଫରୁ ଜଣାପଡିଛି ।

jittmm
Leave A Reply

Your email address will not be published.