oom

କବି ଡ. ପଦୀପ କୁମାର ପଣ୍ଡାଙ୍କ କବିତା ସଂକଳନ ‘ଯାହା ମୁଁ ଚାହୁଁ ନଥିବି’ ଲୋକାର୍ପିତ

jsmm

ସମ୍ବଲପୁର, (କେପିଏନ୍‌ଏସ୍‌) : କଳା ନନ୍ଦନତତ୍ତ୍ବ ଓ ବାସ୍ତବିକତା ସହ ଯଥା ଭାରସାମ୍ୟ ରକ୍ଷାକରି କବିତା ରଚନା କରିବା ସାମ୍ପ୍ରତିକ କବିଙ୍କ ସକାଶେ ଏକ ଆହ୍ଵାନ । ବାହ୍ୟ ବାସ୍ତବତା ଅପେକ୍ଷା ମାନବର ଅନ୍ତର୍ନିହିତ ବାସ୍ତବତାକୁ ଶବ୍ଦ ମାଧ୍ୟମରେ କବିତାର ରୂପ ଦେଇ ସର୍ଜନା କରିବା କବି ଡ. ପଦୀପ କୁମାର ପଣ୍ଡାଙ୍କ ଏକ ବୈଶିଷ୍ଟ୍ୟ ବୋଲି ଆଲୋଚକମାନେ ଡ. ପଣ୍ଡାଙ୍କ କବିତା ସଂକଳନ ‘ଯାହା ମୁଁ ଚାହୁଁ ନଥିବି’ ଓ କବି ପ୍ରଦୀପ କୁମାର ରାୟଙ୍କ ଦ୍ବାରା ବଙ୍ଗଳା ଭାଷାରେ ଅନୁଦିତ ଡ. ପଣ୍ଡାଙ୍କ ପଚାଶଟି ଓଡିଆ କବିତାର ସଂକଳନ ‘ନିର୍ବାଚିତ ୫୦’ ର ଲୋକାର୍ପଣ ଉତ୍ସବରେ ମତବ୍ୟକ୍ତ କରିଥିଲେ । ସମ୍ବଲପୁରର ସାହିତ୍ୟାନୁଷ୍ଠାନ “ଅନ୍ୟା” ପକ୍ଷରୁ ଗତ ସନ୍ଧ୍ୟାରେ ହୋଟେଲ ଅପସରାର ସଭାକକ୍ଷରେ କବି ସମାଲୋଚକ ପ୍ର. ପଂଚାନନ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କବି ଭାଗିରଥି ମିଶ୍ର କହିଥିଲେ ଯେ, କବିର ଦୃଷ୍ଟିରେ ଆସୁଥିବା ଭାବାବେଗ ସବୁ ସ୍ବତସ୍ପୂର୍ତ୍ତ ଭାବରେ କବିତାର ସ୍ବର ହୋଇ ଚାଲିଆସେ । ତାହା ସବୁ ସମୟରେ ସୌନ୍ଦର୍ୟ୍ୟବାଦୀ ପ୍ରେମ ପ୍ରଣୟର କବିତା ହୋଇ ପାରିବ ବୋଲି କିଛି ମାନେ ନାହିଁ । ସେଥିରେ ସମାଜର କ୍ରୁର ବାସ୍ତବତାକୁ ମଧ୍ୟ ପ୍ରତିଫଳିତ କରାଯାଇ ପାରିବ । ସଭାରେ କବି ସରୋଜ, କବି ରାମକୃଷ୍ଣ ସଦ୍ୟ ଲୋକାର୍ପିତ ସଂକଳନରୁ କବିତା ଆବୃତି କରିଥିବା ବେଳେ ଡ. ଗୌରିଦାସ ପ୍ରଧାନ, ଡ. ପଣ୍ଡାଙ୍କ ଏକ ଓଡିଆ କବିତାର ବଙ୍ଗଳା ଅନୁବାଦ ପାଠ କରିଥିଲେ । ସଭାରେ ପୁସ୍ତକର ପ୍ରଛଦପଟ ଶିଳ୍ପୀ ଚିତ୍ରକାର କୁଳଦୀପ ବର୍ମାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୁସ୍ତକ ଦ୍ବୟ ଲୋକାର୍ପଣ ପରେ ଏହାର ପ୍ରଥମ ଖଣ୍ଡ ମଂଚାସୀନ ସାହିତ୍ୟପ୍ରେମୀ ସଂଜୀବ କୁମାର ପଣ୍ଡାଙ୍କୁ ଅତିଥିମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା । ଡ. ଦ୍ବାରିକନାଥ ନାୟକ ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ସୌଭାଗ୍ୟବନ୍ତ ମହାରଣା, ଧ୍ରୁବ ପ୍ରସାଦ ପଣ୍ଡା, ମନୋରଂଜନ ପଟ୍ଟନାୟକ, ସୁଶୀଲ କୁମାର ପାଣିଗ୍ରାହୀ, ଡ.ମନୋଜ କୁମାର ପଣ୍ଡା, ପ୍ରଶାଂତ ମାଝୀ, ଡ. ଗୋବିଂଦ ମହାରଣା, ରମେଶ ଚନ୍ଦ୍ର ମିର୍ଦ୍ଧା, ଲକ୍ଷ୍ମୀନାରାୟଣ ହୋତା, ଡ. ସତ୍ୟନାରାୟଣ ଠାକୁର, କମଳ ଲୋଚନ ପଣ୍ଡା, ମହମ୍ମଦ କାଶିମ୍‌, ଡ. ସିଦ୍ଧାର୍ଥ ପଣ୍ଡା ପ୍ରମୁଖ କବି ଓ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.