om academy

ଆଇନ ଶିକ୍ଷାର ପରିଚାଳନାକୁ ଆହୁରି ବିକେନ୍ଦ୍ରୀକରଣ କିମ୍ବା କୋସଲାଂଚଳରେ ଆଇନ ବିଶ୍ୱବିଦ୍ୟାଳୟର ସ୍ଥାପନା ଦାବୀ

jsm

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : କୋସଲାଂଚଳ, ହାଇକୋର୍ଟର ସ୍ଥାୟୀ ବେଂଚ ଠୁଁ ଆରମ୍ଭକରି ରାଜନୈତିକ ତଥା ପ୍ରଶାସନୀକ ବିକେନ୍ଦ୍ରୀକରଣ ଦାବୀ କରିଆସୁଥିବା ସମୟରେ ରାଜ୍ୟ ସରକାର ସବୁକିଛି କଟକ ଓ ଭୂବନେଶ୍ୱରରେ କେନ୍ଦ୍ରୀଭୁତ କରିବାରେ ଲାଗିଛନ୍ତି । କେନ୍ଦ୍ରୀଭୁତ କରିବାର ଏହି ଅପସଂସ୍କୃତିରେ ଅନ୍ୟଏକ ପ୍ରୟାସ ସଦ୍ୟ ଆରମ୍ଭ ହୋଇଥିବା କୋସଲାଂଚଳର ସମସ୍ତ ଆଇନ ମହାବିଦ୍ୟାଳୟ ଗୁଡିକର ସମସ୍ତ ଶୈକ୍ଷଣିକ କାର୍ୟ୍ୟକଳାପକୁ କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧିନକୁ ନେଇଯିବା । ଏହାପରେ କୋସଲାଂଚଳର ସମସ୍ତ ଆଇନ ମହାବିଦ୍ୟାଳୟ ଗୁଡିକର ପରିକ୍ଷା ପରିଚାଳନା, ସାର୍ଟିଫିକେଟ ପ୍ରଦାନ ଆଦି ସମସ୍ତ କାର୍ୟ୍ୟ ଯାହାକି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ପରିଚାଳିତ ହେଉଥିଲା କଟକରୁ ପରିଚାଳିତ ହେବ ଏବଂ ଆଇନ ଶିକ୍ଷା ଗ୍ରହଣ କରୁଥିବା ବିଦ୍ୟାର୍ଥୀମାନେ ପ୍ରତ୍ୟେକ କାର୍ୟ୍ୟପାଇଁ କଟକ ଦଉଡିବାକୁ ବାଧ୍ୟ ହେବେ । ପ୍ରଶାସନୀକ ବିକେନ୍ଦ୍ରୀକରଣ ଦ୍ୱାରା ସବୁବେଳେ ସାଧାରଣ ନାଗରୀକଙ୍କ ହିତ ସାଧିତ ହେବାରେ ସହାୟକ ହେଉଥିବା ବେଳେ ଓଡିଶା ସରକାର ଏହିପରି କାର୍ୟ୍ୟକଳାପ କୋସଲାଂଚଳର ଗରୀବ ଜନସାଧାରଣଙ୍କ ପାଇଁ ଦୁଃର୍ବିସହ ହୋଇଯାଉଛି । ଶିକ୍ଷାକୁ ସୁଲଭ କରିବା ପାଇଁ କୋସଲାଂଚଳବାସୀ ବିଭିନ୍ନ ସମୟରେ ବିଶ୍ୱବିଦ୍ୟାଳୟ ଦାବୀ କଲାପରେ କଳାହାଣ୍ଡି ଓ ବଲାଙ୍ଗିର ଠାରେ ବିଶ୍ୱବିଦ୍ୟାଳୟ ଗଠିତ ହୋଇଛି । ଏହି ସମୟରେ ଆଇନ ଶିକ୍ଷାର ପରିଚାଳନାକୁ କଟକ ସ୍ଥାନାନ୍ତରିତ କରି ଆଇନ ଶିକ୍ଷା ଗ୍ରହଣ କରିବାରେ ଇଛୁକ ଥିବା ଶିକ୍ଷାର୍ଥୀ ମାନଙ୍କ ବୋଝ ବଢାଯିବା ଦୁଃର୍ଭାଗ୍ୟ ଜନକ । ସରକାରଙ୍କର ଏହିପରି ସବୁକିଛି କେନ୍ଦ୍ରୀଭୁତ କରିବାର ପ୍ରୟାସକୁ କୋସଲ ରାଜ୍ୟ ସମନ୍ୱୟ ସମିତି ଘୋର ନିନ୍ଦା କରିବା ସହ ଏହି ପ୍ରେସ ବିଜ୍ଞପ୍ତି ଜରିଆରେ ଦାବୀ ଉପସ୍ଥାପିତ କରେ ଯେ, ଆଇନ ଶିକ୍ଷାର ପରିଚାଳନାକୁ ଆହୁରି ବିକେନ୍ଦ୍ରୀକରଣ କରାଯାଇ କୋସଲାଂଚଳରେ ରହିଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟର ଅନ୍ତର୍ଭୂକ୍ତ କରାଯାଉ କିମ୍ବା କୋସଲାଂଚଳରେ ଅନ୍ୟ ଏକ ଆଇନ ବିଶ୍ୱବିଦ୍ୟାଳୟ ଗଠନ କରି ସମସ୍ତ ଆଇନ ମହାବିଦ୍ୟାଳୟକୁ ତାସହ ଅନୁବନ୍ଧିତ କରାଯାଉ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ମିଶ୍ର ଜଣେଇଛନ୍ତି ।

Leave A Reply

Your email address will not be published.