କୁକୁରଙ୍କୁ ସଂକ୍ରମିତ କରୁଛି ଭୟାନକ ଭାଇରସ୍‌ ପାର୍ଭୋ

ଭୁବନେଶ୍ୱର : ମଣିଷ ଉପରେ ଯେମିତି କରୋନାର କରାଳ ଛାୟା ଘେରି ରହିଛି, ସେହିପରି ଏବେ କୁକୁରଙ୍କ ଉପରେ ମାଡି ଆସୁଛି ପାର୍ଭୋ ଭାଇରସ । ସୂଚନା ଅନୁସାରେ ଏହି ଭାଇରସ ବୁଲା କୁୁକୁରଙ୍କୁ ଅଧିକ ପରିମାଣରେ ଆକ୍ରାନ୍ତ କରୁଛି । ଏହି ଭାଇରସ୍‌ ଛୋଟ କୁକୁର ଛୁଆଙ୍କ ଠାରେ ଦେଖାଯାଉଛି । ଏହି ରୋଗ ହେଲେ ଝାଡାବାନ୍ତି ସହ ମଳରେ ରକ୍ତ ପଡୁଛି, ଖାଇବା ପିଇବା ଛାଡି ଦେଉଛନ୍ତି କୁକୁରମାନେ । ତାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିବା ଫଳରେ ସେମାନେ ଦୁର୍ବଳ ହୋଇ ଆଖିବୁଜି ଦେଉଥିବା ସୂଚନାରେ କହାଯାଇଛି ।

Leave A Reply

Your email address will not be published.