jayashree

‘କୋଶଳ ପ୍ରବାହ’ର ପ୍ରଭାବ : ନୂତନ ଟ୍ରାନ୍ସଫର୍‌ମର୍‌ ଲାଗିଲା

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ହରିଚନ୍ଦନପୁର ପଞ୍ଚାୟତ ସ୍ଥିତ ସମଲ ବ୍ୟାରେଜ ଦ୍ୱାରା ବାସଚ୍ୟୁତ ଚାଳିଶ ପରିବାର ବଲାଙ୍ଗି ବି କଲୋନୀରେ ବାସ କରନ୍ତି । ଏହି କଲୋନୀରେ ଲାଗିଥିବା ୬୩ କେ.ଭି. ଟ୍ରାନ୍ସଫରମର ମରାମତି କରିବାପାଇଁ ବିଭାଗୀୟ ଅଧିକାରୀ ୨ ବର୍ଷ ତଳେ ଖୋଲିନେଲେ । ବଦଳରେ ୨୫ କେ.ଭି. ଦେଲେ କିନ୍ତୁ ତାହା କିଛିଦିନ ଚାଲିଲା ଏବଂ ପରେ ଟ୍ରାନ୍ସଫରମର ଟି ପଡିଗଲା । ଲୋକେ ଏହି ଗ୍ରୀଷ୍ମ ମାସରେ ବିଦ୍ୟୁତ ପାଇଁ ବହୁ ହଇରାଣ ହେଉଥିଲେ । ତେବେ ଏହି କଲୋନୀବାସୀ ପୁରୁଣା ଟ୍ରାନ୍ସଫରମରକୁ ରିପେୟାର କରି ପୁଣି ସ୍ଥାପନ କରିବା ପାଇଁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣେଇଥିଲେ ସୁଦ୍ଧା ଆଜି ଲାଗିବ, କାଲି ଲାଗିବ କହି ଦିନ ଗଡେଇ ଚାଲିଥିଲେ । ଏହି ସମସ୍ୟାର ଖବର କିଛିଦିନ ତଳେ ‘କୋଶଳ ପ୍ରବାହ’ରେ ପ୍ରକାଶିତ ହୋଇଥିଲା ।ଖବର ପ୍ରସାରିତ ହେବାପରେ ଖବର ପଢି ଯୁବ ସମାଜସେବୀ ଯଶୋବନ୍ତ ରଣା ଟ୍ୱିଟର ମାଧ୍ୟମରେରେ ଅନୁଗୁଳ ଜିଲ୍ଲାପାଳ, ବିଦ୍ୟୁତ ବିଭାଗ, ଟିପିସିଓଲ୍‌ଡି, ଟାଟା ପାୱାରଙ୍କୁ ଜଣେଇଥିଲେ । ଅଭିଯୋଗ ପାଇ ଟିପିସିଓଲ୍‌ଡିର ଏକ ଟିମ ପହଂଚି ସମସ୍ତ ବିଷୟ ଅନୁଧ୍ୟାନ କରିଥିଲେ । ପରେ ଗତ ୮ତାରିଖ ଦିନ ନୂତନ ଟ୍ରାନ୍ସଫରମର ସ୍ଥାପନ କରିଛନ୍ତି । ପୂର୍ବ ଅପେକ୍ଷା ଏବେ ନୂତନ ଟ୍ରାନ୍ସଫରମର ଟି ଭଲ ଚାଲୁଥିବା ଗ୍ରାମବାସୀ କହିଛନ୍ତି । ନୂତନ ଟ୍ରାନ୍ସଫ୍‌ରମର୍‌ ଲାଗିଥିବାରୁ ଗ୍ରାମବାସୀ ମାନେ କୋଶଳ ପ୍ରବାହ ଏବଂ ଯଶୋବନ୍ତ ରଣାଙ୍କ ଏହିପରି କାର୍ଯ୍ୟକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.