ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଘଣ୍ଟିଗୁଡା ପଞ୍ଚାୟତ କାର୍ଯ୍ୟାଳୟଠାରେ ସ୍ଥାନୀୟ ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ଖୁଟୁରାମ ସୁନାନୀଙ୍କ ଅଧ୍ୟକ୍ଷତାରେ କରୋନା ମୁକାବିଲା ନେଇ ଟୀକାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ୱାର୍ଡ ସଭ୍ୟ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଗାଁ ସାଥୀ, ମିଶନ ଶକ୍ତି ମହିଳା, କୃଷି ମିତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ସ୍ଥାନୀୟ ଗ୍ରାମବାସୀ ଓ ବୁଦ୍ଧିଜୀବୀ ସାମିଲ ଥିଲେ । ଏହି କାର୍ଯ୍ୟକ୍ରମରେ କରୋନାକୁ କିପରି ମୁକାବିଲା କରାଯିବ ସେ ନେଇ ସାମୁହିକ ଯୋଜନା ପ୍ରସ୍ତୁତ କରାଯାଇଥିଲା । କରୋନା ମୁକାବିଲା ନେଇ ୱାର୍ଡସ୍ତରୀୟ କମିଟି ମଧ୍ୟ କରାଯାଇଥିଲା । ଗତକାଲି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶହେ ଜଣଙ୍କୁ ବୁଷ୍ଟର ଡୋଜ୍ ଦିଆଯାଇ ଥିବା ବେଳେ ଭେକ୍ସିନ୍ ଯଥେଷ୍ଟ ନଥିବାରୁ ପ୍ରାୟ ଶତାଧିକ ଲୋକ ଭେକ୍ସିନ୍ ନପାଇ ଫେରି ଯାଇଥିବା ଜଣାପଡ଼ିଛି । ଏ ନେଇ ପୁଣି ଆଜି ଭେକ୍ସିନ୍ ଦେବାର ଯୋଜନା କରାଯାଇଥିବା ସୂଚନା ମିଳିଛି । ବିଭାଗୀୟ ତରଫରୁ ଯଥେଷ୍ଟ ପରିମାଣର ଭେକ୍ସିନ୍ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି ।