centurian jitm

ଲୋକ ଅଧିକାର ସଂଗଠନ ବରଗଡ଼ ଦ୍ଵାରା ୧୬ ଦିବସୀୟ ଲିଙ୍ଗ ଭିତ୍ତିକ ହିଂସା ବିରୋଧୀ କାର୍ଯ୍ୟକ୍ରମ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏକ୍ସନ୍ ଏଡ ଭୁବନେଶ୍ୱର ତଥା ଲୋକ ଅଧିକାର ସଂଗଠନ ପଦମ ପୁର ତରଫରୁ ୧୬ ଦିବସୀୟ ଲିଙ୍ଗ ଭିତ୍ତିକ ହିଂସା ବିରୋଧୀ କାର୍ୟ୍ୟକ୍ରମବାବା ସାହେବ୍ ଆମ୍ବେଦକରଙ୍କ ମହା ନିର୍ବାଣ ତିଥି ରେ ବାନ୍ଦୂପାଲି ଠାରେ ଅନୁଷ୍ଠିତ ହୋଇଥିଲା । ସାରା ରାଜ୍ୟରେ ହେଉଥିବା ଉକ୍ତ କାର୍ୟ୍ୟକ୍ରମ ରେ ଲୋକ ଅଧିକାର ସଂଗଠନ ପଦ୍ମପୁର ତରଫରୁ ଶ୍ରୀମତୀ ସିନ୍ଧୁଲତା ସାହୁ ବାବା ସାହେବ୍ ଆମ୍ବେଦକରଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ ପୂର୍ବକ ଶୁଭାରମ୍ଭ କରିଥିଲେ ।ସଂଗଠନ ର ସଭାପତି ଶ୍ରୀ ହଜାରୁ ମଲ୍ଲିକ ତଥା ଫାର୍ମାସିନି ସା ସମ୍ବିଧାନ ରେ ଥିବା ଲିଙ୍ଗ ଭିତ୍ତିକ ହିଂସା ବିରୋଧୀ ଆଇନ୍ ତଥା ମହିଳା ଅଧିକାର ଉପରେ ସୂଚନା ପ୍ରଦାନ କରିଥିଲେ । କାର୍ୟ୍ୟ କ୍ରମ କୁ ମହିଳା ଙ୍କ ଦ୍ଵାରା ମହମ ଜଳାଇ, ବିଭିନ୍ନ ମହିଳା ହିଂସା ବିରୋଧୀ ସ୍ଲୋଗାନ ଉଲ୍ଲିଖିତ ପ୍ଲାକାର୍ଡ ଧରି ତଥା ସାମୁହିକ ଦସ୍ତଖତ ଅଭିଯାନ ଆଦି ପାଇଁ ଫକୀର ରଣା, ନନ୍ଦଲାଲ୍ ବରିହା, ଯୁଧିଷ୍ଠିର ସଗରିଆ, କଲାଚନ୍ ସାହୁ, ଲକ୍ଷ୍ମଣ ସିଦାର ଆଦି ସଂଗଠନର ସଦସ୍ୟ ମାନେ ସହାୟତା କରିଥିଲେ । ଗାଁ ତଥା ଆଖ ପାଖ ଗାଁ ର ମହିଳା, ଅଙ୍ଗ ନ ୱାଡି କର୍ମୀ, ଆଶା, ୱାର୍ଡ଼ ସଦସ୍ୟ ଆଦି ଉକ୍ତ କାର୍ୟ୍ୟ କ୍ରମ ରେ ଯୋଗ ଦେଇଥିଲେ । ଆଜି ଠାରୁ ଆରମ୍ଭ ହୋଇ ଥିବା କାର୍ୟ୍ୟକ୍ରମ ପଦ୍ମପୁର, ଝାରବନ୍ଧ, ପାଇକମାଲ ବ୍ଲକ ର ବିଭିନ୍ନ ଗ୍ରାମମାନଙ୍କରେ ଅନୁଷ୍ଠିତ ହୋଇ ଆଗାମୀ ୧୦ ଡିସେମ୍ବରରେ ଚାରପାଲି ଠାରେ ଶେଷ ହେବ । ଶେଷରେ ଫକୀର ରଣା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.