oum

ଜିଲ୍ଲାରେ ପ୍ରତିଭାବାନ ହକି ଖେଳାଳି ଚିହ୍ନଟ କାର୍ଯ୍ୟକ୍ରମ

jsm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ତରଫରୁ ରାଜ୍ୟରେ ଖେଳ ଓ ଖେଳାଳି ତଥା କ୍ରୀଡା ଭିତ୍ତିଭୂମିକୁ ଗରୁତ୍ୱ ପ୍ରଦାନ ପୂର୍ବକ ଅନେକ ବିକାଶ ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ରାଜ୍ୟର କୋଣ ଅନୁକୋଣରେ ଲୁଚିରହିଥିବା ପ୍ରତିଭା ସମ୍ପନ୍ନ ଖେଳପ୍ରେମୀ ଯୁବକ ଯୁବତୀକୁ ଭବିଷ୍ୟତରେ ଏକ ପ୍ରଶସ୍ତ ମାର୍ଗ ଦେବା ସହ ସଫଳ ଖେଳାଳି କରିବା ଉଦ୍ଦେଶ୍ୟ ନେଇ ପ୍ରତିଭା ସମ୍ପନ୍ନ ଖେଳାଳି ତଥା କ୍ରୀଡାବିତଙ୍କୁ ଚି଼ହ୍ନଟ ନିମନ୍ତେ ବିଭଗର ପ୍ରଚେଷ୍ଟାରେ ଚି଼ହ୍ନଟ ଶିବିର ତଥା ଖେଳ ଆନୁସଙ୍ଗିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ପରିପ୍ରେକ୍ଷିରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ତରଫରୁ ଗତକାଲି ସୁବର୍ଣ୍ଣପୁର ଜିଲ୍ଲାର ପ୍ରତିଭା ସମ୍ପନ୍ନ ହକି ଖେଳାଳି ଚି଼ହ୍ନଟ ନିମନ୍ତେ ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଦକ୍ଷିଣାପାଲି ଓ ସଦରମହକୁମା ସ୍ଥିତ ଗାନ୍ଧୀ ପଡିଆ ଠାରେ ହକି ଖେଳାଳି ଚି଼ହ୍ନଟ ନିମନ୍ତେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଓଡିଶା ନୋଭାଲ ଟାଟା ହକିର ତୃଣମୂଳ ସ୍ତରୀୟ ଖେଳ ସଂଯୋଜକ ଶେଖର ଚନ୍ଦ୍ର ବେହେରା, ଜିଲ୍ଲା ପରିଦର୍ଶନରେ ଆସି ଦକ୍ଷିଣାପାଲି ଖେଳ ପଡିଆ ଓ ସୋନପୁର ଗାନ୍ଧୀ ପଡିଆ ଠାରେ ଜିଲ୍ଲା କ୍ରୀଡା ଓ ଯୁବ ସେବା ବିଭଗ ତରଫରୁ ଆୟୋଜିତ ଯୁବକ ଯୁବତୀ ତଥା ମୋ ସ୍କୁଲ ହକି କ୍ଲବର ଛାତ୍ର ଛାତ୍ରୀଙ୍କୁ ନେଇ କରାଯାଇଥିବା ହକି ଖେଳକୁ ପରିଦର୍ଶନ କରିବା ସହିତ ପ୍ରତିଭାବାନ ହକି ଖେଳାଳିଙ୍କୁ ଚି଼ହ୍ନଟ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲା କ୍ରୀଡା ଓ ଯୁବସେବା ଅଧିକାରୀ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଭାବାନ ହକି ଖେଳାଳି ଚି଼ହ୍ନଟ କାର୍ଯ୍ୟକ୍ରମରେ ସିଣ୍ଡୋଲ ସରପଞ୍ଚ ପ୍ରଦୀପ ଦେହୁରୀ, ହକି କୋଚ ମାର୍କୋସ ଟପ୍ପନୋ, ହକି କୋଚ କୁଲଦୀପ ମିଞ୍ଜ, ଖେଳ ଶିକ୍ଷକ ମହମ୍ମଦ କଲିମ, ପିଇଟି ରଘୁନାଥ ଥନାପତି, ଖେଳ ପ୍ରଶିକ୍ଷକ ସୁବାଷ ଚନ୍ଦ୍ର ବାରିକ, ବିଭଗୀୟ କର୍ମଚାରୀ ଦୁଃଖିଶ୍ୟାମ ସେଠୀ ତଥା ଅଂଚଳର ଖେଳପ୍ରେମୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ ସହଯୋଗ କରିଥିଲେ । ଖେଳାଳି ଚି଼ହ୍ନଟ ନିମନ୍ତେ ଆୟୋଜିତ ହକି ଖେଳରେ ଦକ୍ଷିଣାପାଲି ତଥା ଜିଲ୍ଲାର ହକି ଖେଳରେ ରୁଚି ଥିବା ଯୁବକ ଯୁବତୀ, ଓ ମହାରାଜା ଉଚ୍ଚବିଦ୍ୟାଳୟ ସୋନପୁରର ମୋ ସ୍କୁଲ ହକି କ୍ଲବର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.