csstore

କୋଶଲୀ ଲୋକନୃତ୍ୟ ଏକାଡେମୀ ମାଧ୍ୟମରେ ‘ପ୍ରୟାସ’ ପକ୍ଷରୁ କୁତୁର୍ଲା ପଞ୍ଚାୟତର ବିଭିନ୍ନ ଗାଁରେ ଶହେ ଜଣ ବୃଦ୍ଧବୃଦ୍ଧାଙ୍କୁ କମଳ ବଣ୍ଟନ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ୩ଟା ସମୟରେ ଦେଓଗାଁ ବ୍ଳକ କୁତୁର୍ଲା ହାଇସ୍କୁଲ ଖେଳ ପଡ଼ିଆରେ ‘ପ୍ରୟାସ’ ପକ୍ଷରୁ କୋଶଲୀ ଲୋକନୃତ୍ୟ ଏକାଡେମୀ ମାଧ୍ୟମରେ କୁତୁର୍ଲା ପଞ୍ଚାୟତ କୁତୁର୍ଲା, ସାରସବାହାଲ, ମୁରସିଂ, ବହଲି ଗାଁର ଶହେ ଜଣ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଦେଓଗାଁ ବ୍ଳକର ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କୋଶଲୀ ଲୋକନୃତ୍ୟ ଏକାଡ଼େମୀର ସଭାପତି ମନୋଜ ଚନ୍ଦନ, ଯୁବନେତା ସଞ୍ଜିବ ପଧାନ, ହୃଦାନନ୍ଦ ଗଡ଼ତ୍ୟା, ବୃଷଭ ହରପାଲ, ପ୍ରତାପ ବାଗ ଯୋଗଦେଇଥିଲେ । କୋଶଲୀ ଲୋକନୃତ୍ୟ ଏକାଡ଼େମୀର ସଂପାଦକ ତଥା ପ୍ରାୟସ ସ୍ବେଚ୍ଛାସେବୀ ଅନୁଷ୍ଠାନର ଜିଲ୍ଲା ସଂଯୋଜକ ଧରଣୀଧର ନାୟକ, ବ୍ଳକ ସଂଯୋଜକ ହଳଧର ସୁନା ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଶୀତ ସମୟରେ ପ୍ରୟାସ ଅନୁଷ୍ଠାନ ପକ୍ଷରୁ ବୃଦ୍ଧବୃଦ୍ଧାଙ୍କୁ ଦିଆଯାଇଥିବା ସହାୟତା ଯୋଗୁଁ ଅତିଥିମାନେ ଅନୁ‌ଷ୍ଠାନକୁ ଭୂୟସୀ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ପ୍ରୟାସ ପକ୍ଷରୁ କମ୍ପ୍ୟୁଟର ଶିକ୍ଷା ଦାନ ପାଇଁ ଯୋଜନା କରାଯାଇଥିବା ବେଳେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ପାଇଁ କରାଯିବାକୁ ଅନୁଷ୍ଠାନ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା ।

jayashree
Leave A Reply

Your email address will not be published.