ପୁତ୍ର ସନ୍ତାନ ଜନ୍ମ ଦେଲେ ଅଭିନେତ୍ରୀ କରିନା କପୁର

ମୁମ୍ବାଇ : ପୁତ୍ର ସନ୍ତାନ ଜନ୍ମ ଦେଇଛ‌ନ୍ତି ଅଭିନେତ୍ରୀ କରିନା କପୁର । କରୀନା କପୁର ଓ ସୈଫ୍‌ ଅଲି ଖାଁ ପୁଣି ଗୋଟିଏ ପୁଅର ପିତାମାତା ହୋଇଛନ୍ତି । ଆଜି ଏହି ସୁଖବର ଘୋଷଣା କରିଛନ୍ତି କରୀନାଙ୍କ ପିତା ରଣଧୀର କପୁର । ସେ କହିଛନ୍ତି, କରୀନାର ପୁଅଟିଏ ହୋଇଥିବା ଖବର ସତ । ଏହି ସୁସମ୍ବାଦରେ ଆମେ ସବୁ ହର୍ଷୋତ୍‌ଫୁଲ୍ଲିତ। କରୀନା ଦ୍ୱତୀୟ ସନ୍ତାନ ଜାତ କରିଥିବା ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌କୁ ଆମେ ଯାଉଛୁ । ଏହି ଖୁସି ଖବର ପରେ ଉଭୟ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି । ତାଙ୍କ ପ୍ରଶଂସକମାନେ ଉଭୟଙ୍କୁ ସୋସିଆଲ ମିଡିଆରେ ଖୁସି ହେବା ସହ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.