oum

ବୌଦ୍ଧ ଏନ୍‌ଏସିରେ କଳାକାର ଭତ୍ତା ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ

jsm

ବୌଦ୍ଧ, (ବଂଶୀଧର ମାଝୀ) : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆବେଦନକାରୀଙ୍କ ସାମର୍ଥ୍ୟ ପରୀକ୍ଷା ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଏନ୍‌ଏସି ଅଞ୍ଚଳରୁ ୬୮ ଜଣ କଳାକାର ଭତ୍ତା ପାଇଁ ଆବେଦନ କରିଥିବା ବେଳେ ତନ୍ମଧ୍ୟରୁ ସାମର୍ଥ୍ୟ ପରୀକ୍ଷାରେ ୫୨ ଜଣ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରମାଣପତ୍ର ଯାଞ୍ଚ ଓ ସମାର୍ଥ୍ୟ ପରୀକ୍ଷା ପରେ ୩୨ ଜଣ କଳାକାରଙ୍କ ନାମ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ମନୋନୀତ କରାଯାଇଥିଲା । ଏହି ଚୟନ ପ୍ରକ୍ରିୟାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍‌ଏସି ଇଂ. ମନୋରଞ୍ଜନ ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ବିରଞ୍ଚି ନାରାୟଣ ଧରୁଆ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ନୃତ୍ୟ ନିର୍ଦ୍ଦେଶକ ଦେବାଙ୍ଗନ ମେହେର, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ, ଏନ୍‌ଏସି ସାମାଜିକ ସୁରକ୍ଷା ବିଭାଗର ସେକ୍ସନ ଅଫିସର ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସେକ୍ସନ ଅଫିସର ମନୋରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ରହି ଚୟନ ପ୍ରକିୟାରେ ସହଯୋଗ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଳାପାଳ ଶ୍ରୀମତୀ ଦଳବେହେରା କଳାକାରମାନଙ୍କୁ ଉତ୍ସାହିତ କରିବା ସହିତ ଚୟନ ପ୍ରକିୟା ଦ୍ୱାରା ଉପଯୁକ୍ତ କଳାକାର ମନୋନୟନ ହୋଇ ଭତ୍ତା ପାଇପାରିବେ ବୋଲି ପ୍ରକାଶ କରିଥିଲେ । ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପଣ୍ଡା ସ୍ୱଛତା ପାଇଁ ଏହି ଚୟନ ପ୍ରକ୍ରିୟାରେ ସମସ୍ତ କଳାକାର ନିଜର ସାମର୍ଥ୍ୟ ପ୍ରଦର୍ଶନ ସହିତ ଚୟନ ପ୍ରକିୟାକୁ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଜିଲା ସଂସ୍କୃତି ଅଧିକାରୀ ଶ୍ରୀଧରୁଆ ବ୍ଲକସ୍ତରରେ ହେବାକୁ ଥିବା ଚୟନ ପ୍ରକ୍ରିୟା ପାଇଁ କଳାକାରମାନେ ନିଜର ଅରିଜିନାଲ ସାର୍ଟିଫିକେଟ ସହ ନିଜର ସାମର୍ଥ୍ୟ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହୋଇ ଆସିବାକୁ ନିବେଦନ କରିଥିଲେ । ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ କର୍ମଚାରୀ ମଣ୍ଟୁ ପାଣ୍ଡେ, ଯୁଧିଷ୍ଠିର ପ୍ରଧାନୀ, ଅକ୍ଷୟ କୁମାର ମହାକୁଡ, ବୌଦ୍ଧ ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ସାନନ୍ଦ ସାହୁ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.