କାଳବୈଶାଖୀରେ ଭାଙ୍ଗିଲା ଗଛ, ଉଡିଲା ଆଜବେଷ୍ଟସ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ କାଳବୈଖାଖୀ ପ୍ରଭାବରେ ଜୋରରେ ପବନ ବହିବାରୁ ବହୁ ବଡ ବଡ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଯାଇଥିଲା । ଏପରିକି ପବନରେ ବହୁ ଘରର ଚାଲ ଛପର ସହ ଆଜବେଷ୍ଟସ ଉଡିଯାଇଛି । ବଙ୍ଗୋମୁଣ୍ଡାରେ କାଳବୈଶାଖୀ ପ୍ରଭାବରେ ଜୋରରେ ପବନ ହେବା ସହ ବର୍ଷା ହୋଇଥିଲା । ଏତେ ଜୋରରେ ପବନ ହୋଇଥିଲା ଯେ ବଙ୍ଗୋମୁଣ୍ଡା ମୁଖ୍ୟ ରାସ୍ତା କଡରେ ଥିବା ଗଛ ସବୁ ଉପୁଡି ଯାଇଥିଲା । ଗଛଗୁଡିକ ଭାଙ୍ଗି ରାସ୍ତା ଉପରେ ପଡିବାରୁ ରାସ୍ତା ଅବରୋଧ ହୋଇଥିଲା । ଗଛ ପଡି ବିଦ୍ୟୁତ ତାର ଛିଣ୍ଡିଯିବାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା । କେତେକ ଘରର ଛପର ସହ ଆଜବେଷ୍ଟସ ଉଡିଯାଇଥିଲା । କାଳବୈଶାଖୀ ପ୍ରଭାବ ଥମିବା ପରେ ସ୍ଥାନୀୟ ଦମକଳ ବାହିନୀ, ବିଦ୍ୟୁତ ବିଭାଗ ପହଞ୍ଚି ଗଛ ସବୁ ସଫା କରିଥିଲେ ।

Leave A Reply

Your email address will not be published.