oom

ବଲାଙ୍ଗିରରେ ପୁଣି ସାମ୍ନାକୁ ଆସିଲା କଫ୍‌ ସିରପ୍‌ ମାଫିଆଙ୍କ କଳା କାରନାମା : କାର୍‌ ସହ ୪୫୫ ବୋତଲ କଫ୍‌ ସିରଫ୍‌ ଜବତ୍‌ କଲା ପୋଲିସ, ୪ ଗିରଫ୍‌

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ପୁଣି ସାମ୍ନାକୁ ଆସିଛି କଫ୍‌ ସିରପ୍‌ ମାଫିଆଙ୍କ କଳା କାରନାମା । ଏକ ସ୍ୱିପ୍ଟ ଡିଜାୟାର କାର୍‌ (ନଂ.ଓଡ଼ି୦୩ ଏନ୍‌ ୧୭୨୮) ସହ ୪୫୫ ବୋତଲ୍‌ କଫ୍‌ ସିରଫ୍‌ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରିବାରେ ସଫଳ ହୋଇଛି ବଲାଙ୍ଗିର ପୋଲିସ । ଏସ୍‌ଡ଼ିପିଓ ତୋଫାନ ବାଗଙ୍କ ସୂଚନା ଅନୁସାରେ ବୌଦ୍ଧ ଅଂଚଳରୁ କାର୍‌ ଯୋଗେ କଫ୍‌ ସିରପ୍‌ ବଲାଙ୍ଗିରକୁ ସପ୍ଲାଏ ହେଉଥିବା ବେଳେ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଏସ୍‌ପି ନୀତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ପୁଇଁନ୍ତଲା ଆଇଆଇସିଙ୍କୁ ସାମିଲ୍‌ କରାଯାଇ ଏକ ଟିମ୍‌ ଗଠନ କରାଯାଇଥିଲା ଏବଂ ପୁଇଁନ୍ତଲା ଥାନା ଅନ୍ତର୍ଗତ ଟୋଲ୍‌ଗେଟ୍‌ ନିକଟରେ ସଂପୃକ୍ତ କାର୍‌କୁ କାବୁ କରାଯାଇଥିଲା । କାର୍‌ ଭିତରୁ ୪୫୫ ଗୋଟି ଖାଲି କଫ୍‌ ସିରପ୍‌ ବୋତଲ ସହ ପ୍ରାୟ ୪ ଲିଟର ଲୁଜ୍‌ କଫ୍‌ ସିରପ୍‌ ଭର୍ତ୍ତି ଏକ ଜାର୍‌ ପୋଲିସ ଟିମ୍‌କୁ ମିଳିଥିବା ବେଳେ ଏହି ମାମଲାରେ ଡ୍ରାଇଭର ସମେତ୍‌ ୪ ଜଣଙ୍କୁ ଗିରଫ୍‌ କରାଯାଇଛି । ଗିରଫ୍‌ ୪ ଜଣ ଅଭିଯୁକ୍ତମାନେ ହେଲେ ବରପାଲିପଡ଼ାର ସୁମନ ସ୍ୱାଇଁ, ହିଟଲର୍‌ ଓରଫ୍‌ ବିଶ୍ୱଜିତ କୁମ୍ଭାର(ଡ୍ରାଇଭର) ଓ ଘନ ଓରଫ୍‌ ଘନଶ୍ୟାମ ରାଉତ ଏବଂ ଚିମିନିଭାଟିପଡ଼ାର ଆଶୁ ଓରଫ୍‌ ବିଶ୍ୱଜିତ ମିଶ୍ର । ଅଭିଯୁକ୍ତମାନେ କଫ୍‌ ସିରପ୍‌ ଚୋରା ଚାଲାଣ କରୁଥିବା ସ୍ୱୀକାର କରିଥିବା ବେଳେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଏସ୍‌ଡ଼ିପିଓ ଶ୍ରୀ ବାଗ ।

jittmm
Leave A Reply

Your email address will not be published.