jayashree

କାହାକୁ କହିବା, ଶାସନ ବ୍ୟବସ୍ଥାକୁ କି ଭାଗ୍ୟକୁ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ଗ୍ରାମ ପଞ୍ଚାୟତର ବାରପର୍ଲିଆ, ମଖନାମୁଣ୍ଡା ଗ୍ରାମ । ବୟାନବେ ପ୍ରତିଶତ ଲୋକ ଆଦିବାସୀ ଜାତିର ବାସିନ୍ଦା ଅଟନ୍ତି ଗ୍ରାମରେ । କିନ୍ତୁ ଦୁଇ ଗାଁରେ ପାଣିର ଘୋର ଅଭାବ ଦେଖାଯାଏ । ଏହାର ସମାଧାନ ଲାଗି ଦୁଇ ଗ୍ରାମର ମଝିରେ ସରକାରଙ୍କ ତରଫରୁ ବିଗତ ତିନିବର୍ଷ ହେଲା ଏକ ପାଣି ଟାଙ୍କିର ବ୍ୟବସ୍ଥା କରାଗଲା । ଏହାର ଉଦ୍ଘାଟନ ଲାଗି ଅନେକ ନେତା ଆସି ବହୁତ ଆଡମ୍ବରରେ ଉଦ୍ଘାଟନ କଲେ । କିନ୍ତୁ କିଛିଦିନ ଚାଲିଲା ପରେ ଖରାପ ହେଲା ବ୍ୟବସ୍ଥା । ପୁଣି ସଜାଗଲା ପୁଣି ଖରାପ ହେଲା, ବାରମ୍ବାର ଚାଲୁ ରହିଲା ସମାସ୍ୟା । କିନ୍ତୁ ବିଗତ ପାଞ୍ଚ ମାସ ହେଲାଣି ବ୍ୟବସ୍ଥା ଖରାପ ହୋଇ ପଡ଼ିରହିଛି। ଖରାରେ ଦୁଇ ଗ୍ରାମ ପାଣି ପାଇଁ ହତାଶା ଓ ନିରାଶାରେ । ଦୁଇ ଗ୍ରାମରେ ନଳକୂପରୁ ପିଇବା ପାଣି ସଂଗ୍ରହ ମଧ୍ୟ ସଫଳ ହୁଏନି । ବର୍ତ୍ତମାନ ପରିସ୍ଥିତି ପାନୀୟ ଜଳ ସଙ୍କଟ ସୃ‌ଷ୍ଟି ହୋଇସାରିଛି । ଦିନ ମଜୁରୀ କରି ଖଟୁଥିବା ଲୋକ ଅନେକ ସ୍ଥାନରେ ଅଭିଯୋଗ କଲେଣି ଓ ଉପାୟ ନାହିଁ । ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଯାହା ଯୋଜନା କରାଯାଇଛି ଉଦ୍ଘାଟନ ଲାଗି ନା ଲୋକଙ୍‌ଙ୍କ ସୁବିଧା ସକାଶେ । ବିଚରା ନିରୀହ ଲୋକେ କରିବେ କ’ଣ, କହିବେ କାହାକୁ… ଏବେ ବାଟବଣା । ବିଭାଗୀୟ ଅଧିକାରୀ ଗଣ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବୀ କରୁଛନ୍ତି ।

Leave A Reply

Your email address will not be published.