centurian jitm

ବ୍ୟାସକବି ସାହିତ୍ୟ ସଂସଦ ନୀଳଗିରିର ମାସିକ କବିତା ଆସର ଅନୁଷ୍ଠିତ

nschool

ବାଲେଶ୍ୱର, (ନିରୋଜ କୁମାର ପାଣୀ) : ବ୍ୟାସକବି ସାହିତ୍ୟ ସଂସଦ, ନୀଳଗିରି, ବାଲେଶ୍ୱର ଆନୁକୂଲ୍ୟରେ ଭର୍ଚୁଏଲ୍ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାର ବିଶିଷ୍ଟ କଳାକାର ସତ୍ୟନାରାୟଣ ମହାପାତ୍ରଙ୍କ ସୁଲଳିତ କଣ୍ଠରୁ ଭାସି ଆସିଥିବା ପ୍ରାରମ୍ଭିକ ସଂଗୀତ ଜଗନ୍ନାଥ ଭଜନ ଆସରକୁ ଭକ୍ତିପୂର୍ଣ୍ଣ କରିଥିଲା । ଆସରରେ ଓଡ଼ିଶାର ଯଶସ୍ୱୀ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ବରେଣ୍ୟ ସଭ୍ୟ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବେବର୍ତ୍ତା ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଓଡ଼ିଆ ସାହିତ୍ୟର ଉନ୍ନତି କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଶ୍ରୀ ବିରଞ୍ଚି ନାରାୟଣ ତ୍ରିପାଠୀ, ବିଶିଷ୍ଟ ପ୍ରବଚକ, ନୟାଗଡ଼ ତଥା କଳାକାର, ଆକାଶବାଣୀ କଟକ , ଚାରିଧାମ ଓ ଓଡ଼ିଆ ସାହିତ୍ୟ ବିଷୟରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ତଥା ସମ୍ପକ୍ଷଦକ ଯଚିନ୍ଦ୍ର କୁମାର ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ସଭାପତି ବିଶିଷ୍ଟ କବି ବିପିନ ବିହାରୀ ବାରିକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମାନପତ୍ର ପଛରେ ନ ଗୋଡେଇ, ନିଜ ସାହିତ୍ୟ ସାଧନା ନିରନ୍ତର ଜାରି ରଖିବାକୁ ରାଜ୍ୟ ସଂଯୋଜକ ଶ୍ରୀ ପ୍ରେମାନନ୍ଦ ବେହେରା ସମସ୍ତଙ୍କୁ ନିବେଦନ କରିଥିଲେ । କବୟିତ୍ରୀ ସଂଗୀତା ବାରିକଙ୍କ ଉଚ୍ଚକୋଟୀର, ଆକର୍ଷଣୀୟ ଓ ବଳିଷ୍ଠ ସଂଯୋଜନାରେ କାର୍ଯ୍ୟକ୍ରମଟି ବେଶ ଉପଭୋଗ୍ୟ ହୋଇଥିଲା । ଏହି ଅନଲାଇନ ସମାରୋହରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ କବି କବୟିତ୍ରୀ ଯୋଗଦାନ କରିଥିଲେ । କବି ଯଚିନ୍ଦ୍ର ସ୍ଵାଇଁ, କବି ବିପିନ ବିହାରୀ ବାରିକ, କବି ପ୍ରେମାନନ୍ଦ ବେହେରା, ନାରୀକବି ସଙ୍ଗୀତା ବାରିକ, କବି ଦିଲ୍ଲୀପ କୁମାର ନନ୍ଦୀ, କବି ପ୍ରଦୀପ ସରକାର, କବି ଧ୍ରୁବ ମୁଦୁଲି, କବି ବୁଲୁ ସେଠି, କବି ଗୋଦାବରୀଶ ଦାସ, କବି ବସନ୍ତ କୁମାର ବେହେରା, କବିଅରୁଣ କୁମାର ମହାପାତ୍ର, ନାରୀକବି ରଞ୍ଜିତା ଦାସ, କବି ବାଲାଜୀ ସେଠି, ନାରୀକବି ଅର୍ପିତା ଦାସ, କବି ନିଧି ସାହୁ, କବି ଅଜିତ କୁମାର ତ୍ରିପାଠୀ, କବି ରୋହିତ୍ ଜେନା, କବି ଧ୍ରୁବ ଚରଣ ବେହେରା, ନାରୀକବି ମିନାକ୍ଷୀ ମଞ୍ଜରୀ ପାଢୀ, କବି କାହ୍ନୁ ଚରଣ ମିଶ୍ର, କବି ବାସୁଦେବ ସିଂ, କବି ରଞ୍ଜନ କୁମାର ମହାନ୍ତି, ନାରୀକବି ତାପ୍ତିମୟୀ ପଣ୍ଡା, କବି ବିଚିତ୍ରା ନନ୍ଦ ବେବର୍ତ୍ତା, ନାରୀକବି ଶାନ୍ତିଲତା ରଣା, ନାରୀକବି ଗୀତାରାଣୀ ମିଶ୍ର, ନାରୀକବି ଉର୍ମିଲା ମହାପାତ୍ର, କବି ଦେବାଶିଷ ପଲେଇ, ନାରୀକବି ସରସ୍ଵତୀ ବାରିକ, କବି ଭାବଗ୍ରାହୀ ତ୍ରିପାଠୀ, କବି ରାଜକିଶୋର ବେହେରା, ନାରୀକବି ଯମୁନା ଦାଶ, ନାରୀକବି ଭାରତୀ ହୋତା ଓ ଅନ୍ୟାନ୍ୟମାନେ ଅଂଶ ଗ୍ରହଣ କରି ସ୍ଵରଚିତ କବିତା ଆବୃତ୍ତି କରିଥିଲେ । ପରିଶେଷରେ ରାଜ୍ୟ ସଂଯୋଜକ ପ୍ରେମାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିବା ସହିତ ପ୍ରତିମାସର ଶେଷ ରବିବାର ଦିନ ଗୁଗୁଲ ମିଟ୍ ମାଧ୍ୟମରେ ବ୍ୟାସକବି ସାହିତ୍ୟ ସଂସଦର କବିତା ଆସର ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.